କନକ ବ୍ୟୁରୋ: ରାସ୍ତା ଉପରେ ଅଭିନବ ପ୍ରତିବାଦ । ବିଦ୍ୟୁତ ସେବାରୁ ବଂଚିତ ଆଦିବାସୀମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚରମ୍ପା ଓ ଏରେଇଁ ଗାଁରେ ରହୁଥିବା ଆଦିବାସୀ ଶ୍ରମିକମାନେ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଂଚିତ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯୋର ଜବରଦସ୍ତ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ନିବେଦନ କରି ନିରାଶ ହେବା ପରେ ଏଭଳି ପ୍ରଦିବାତ କରୁଛନ୍ତି ।
ଭଦ୍ରକ ସଦିହ୍ ବିର୍ସା ମୁଣ୍ଡା ଆଦିବାସୀ ମହାସଂଘ ନେତୃତ୍ୱରେ ଆଜି ଶତାଧିକ ଆଦିବାସୀ ନିରବ ଶୋଭାଯାତ୍ରା କରିଥିଲେ । ଭଦ୍ରକ ବିଧାୟକଙ୍କ ବାସ ଭବନରେ ପହଂଚିଥିଲେ ଆଦିବାସୀମାନେ । ପରେ ରାଜଘାଟ ଛକ ନିକଟରେ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାରୁ ଉତେଜନା ପ୍ରକାଶ ପାଇଥିଲା । ପରେ ଭଦ୍ରକ ଏସଡିପିଓ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରି ସମସ୍ୟା ସମାଧାନ ପାଇଁ ପ୍ରତଶ୍ରୁତି ଦେବା ପରେ ବିକ୍ଷୋଭରୁ ଓହରି ଥିଲେ ଆଦିବାସୀମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/30-1.jpg)
/kanak/media/post_attachments/wp-content/uploads/2020/08/vlcsnap-2020-08-04-14h05m56s2.png)