ରାୟଗଡ଼ାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ଜନ ଆଶୀର୍ବାଦ ଯାତ୍ରାରେ ଯୋଗଦେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ

114

କନକ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ାରେ ପହଂଚିବା ପରେ ତାଙ୍କୁ ରେଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ବିଜେପି କାର୍ଯ୍ୟକର୍ତାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଭୋର ୪ଟା ୪୫ରେ ହୀରାଖଣ୍ଡ ଟ୍ରେନ ଯୋଗେ ରାୟଗଡ଼ାରେ ପହଂଚିଛନ୍ତି ଅଶ୍ୱିନୀ ବୈଷ୍ଣବ । ରାୟଗଡ଼ାରେ ଜନ ଆଶୀର୍ବାଦ ଯାତ୍ରାରେ ଯୋଗଦେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ।

ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରିବା ପରେ ସେଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ସର୍କିଟ ହାଉସରେ ପହଂଚି ପ୍ରଧାନମନ୍ତ୍ରୀ ଆବାଶ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏହା ପରେ ସଦଭାବନା ସଭା ଏବଂ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।