ଜୟପୁରରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା : କେନ୍ଦ୍ର ରେଳମନ୍ତ୍ରୀଙ୍କ ରୋଡ୍ ସୋ

235

କନକ ବ୍ୟୁରୋ : ଜୟପୁରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରୋଡ୍ ସୋ । ବିଶାଳ କାର ଓ ବାଇକ୍ ରାଲି ବାହାରିଛି । ଅମ୍ବାଗୁଡା, ବୋରିଗୁମ୍ମା ଓ ଆଉଲିରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ଉଭୟ ରୋଡ୍ ସୋ ଓ ସମ୍ବର୍ଦ୍ଧନା ସଭା ହେବ । ପାପଡାହାଣ୍ଡି, ମଇଦଲପୁର, ଆମପାଣି, କୋକସା, ମୋଟେର. ଜୁନାଗଡ, ବନ୍ଦୁଆପାଳରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ପରେ ଭବାନୀପାଟଣାରେ ମଧ୍ୟ ରୋଡ୍ ସୋ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ କିଷାନ ନିଧି, ଜନଧନ ଓ କୋଭିଡ୍ ଟିକାକରଣ ନେଇ ଭବାନୀପାଟଣା ସର୍କିଟ୍ ହାଉସରେ ଆଲୋଚନା କରାଯିବ । ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ଲୋକଙ୍କ ପାଖରେ ପହଂଚୁଛନ୍ତି ଓ ମୋଦୀ ସରକାରଙ୍କର ଯୋଜନା ଓ ସଫଳତାକୁ ବଖାଣୁଛନ୍ତି ।