କନକ ବ୍ୟୁରୋ: ଲୋକାଲ ଟ୍ରେନରେ ଯାତ୍ରା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱୀନୀ ବୈର୍ଷ୍ଣବ । ମୁମ୍ବାଇ ରେଳବାଇ ନେଟୱର୍କ ଠାଣେ ଓ ଦିବା  ଷ୍ଟେସନ ମଧ୍ୟରେ ନବନିର୍ମିତ ରେଳ ଲାଇନର ସମୀକ୍ଷା କରିବା ପାଇଁ ଲୋକାଲ ଟ୍ରେନରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ । ଷ୍ଟେସନ ବାହାରେ ଥିବା ଏକ ଚା ଦୋକାନରୁ ଚା ମଧ୍ୟ ସେ ପିଇଥିଲେ । ଦିନ ୧ଟା ସମୟରେ ଠାଣେ ରେଳଷ୍ଟେସନରେ ପହଁଚିଥଲେ କେନ୍ଦ୍ରମନ୍ତ୍ରୀ ।

Advertisment

୨ୟ ଶ୍ରେଣୀର ବଗିରେ ଯାତ୍ରା କରିବା ସହ ସେଠାରେ ଥିବା ଯାତ୍ରୀଙ୍କୁ ସହ କିଛି ସମୟ କଥାବାର୍ତା ବି  କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରେଳମନ୍ତ୍ରୀ ଓ ରେଳବୋର୍ଡ ଅଧ୍ୟ  ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।ଏହି ସମୟରେ ରେଳଷ୍ଟସନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଠାଣେ ଦିବା ରେଳଲାଇନ ଉଦଘାଟନ ଭର୍ଚୁଆଲ କରିଥିଲେ । ଏହା ପୂର୍ବର  କେନ୍ଦ୍ର ରେଳମନ୍ତ୍ରୀ ଏଠାରେ ପହଁଚି ସ୍ଥିତିର ସମୀକ୍ଷା କରିଥିଲେ