‘ଫୋନି’ର କରାଳ ରୂପକୁ ପାଖରୁ ଦେଖିଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପୁରୀକୁ ଗୁରୁତ୍ୱ, ସ୍ଥିତି ସୁଧୁରିଲେ କାର୍ଯ୍ୟକ୍ଷମ ହେବ ପେଟ୍ରୋଲ ପମ୍ପ ।

162

କନକ ବ୍ୟୁରୋ: ମହାବାତ୍ୟା ଫୋନିର ପ୍ରଭାବରେ ରାଜ୍ୟରେ ଯେଉଁ ପ୍ରଳୟ ହେଲା ଏହା ରାଜ୍ୟପାଇଁ ଅପୂରଣୀୟ କ୍ଷତି । ଓଡିଶାର ଏହି ପ୍ରାକୃତିକ ବିପତିର ଗମ୍ଭୀରତାକୁ ଦେଖି ପୁନଃରୁଦ୍ଧାର ପାଇଁ ଭାରତ ସରକାର ତତ୍ପରତା  ପ୍ରକାଶ କରିଛନ୍ତି । ଫୋନି ଆସିବା ପୂର୍ବରୁ ୩୪୧ କୋଟି ଟଙ୍କା ଘେ।।ଷଣା କରିବାର ଦାୟିତ୍ୱ ନେଇଥିଲେ ଭାରତ  ସରକାର ଏବେ ୧୦୦୦ କୋଟିଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ସ୍ୱାସ୍ଥ୍ୟ ସମସ୍ୟା କିପରି ସମାଧାନ ହୋଇପାରିବ ତାହା ଉପରେ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ  ଦେଇଛନ୍ତି । ବିପଦ ସମୟରେ ଓଡିଶାର ହିତେଷୀ ଓ ରାଷ୍ଟ୍ରର ନାୟକ ଭାବେ ଦାୟିତ୍ୱ ନେଇଛନ୍ତି । ପୁରୀ ସମେତ କୋଣାର୍କ ମନ୍ଦିରର କାମ ପାଇଁ ଏଏସଆଇ ଡିଜିଙ୍କ ସହ କଥା ହେବାକୁ ପ୍ରତିଶୃତି । ଅନ୍ୟପଟେ ବର୍ତମାନ ସମୟରେ ବିଜୁଳି ବଡ ଆହ୍ୱାନ , ବିଜୁଳି ଯୋଗାଣ ପକ୍ରିୟା ସ୍ୱାଭାବିକ୍ ହେଲେ ପେଟ୍ରୋଲପମ୍ପ ଗୁଡିକ  କାର୍ଯ୍ୟକ୍ଷମ ହେବ  । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି  ସହାୟତା ଘୋଷଣା ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି କରିବ । ବିଶେଷକରି ଘର, ବିଜୁଳି. ପିଇବାପାଣି, ଫଷଲହାନୀର ବୀମା, ନଡିଆ ଗଛର ପୁନଃରୁଦ୍ଧାର ସବୁପ୍ରକାର ସହଯୋଗ ପାଇଁ ଭାରତ ସରକାର ହାତ ବଢାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଟୋକ୍ନୋଲୋଜି ଓ ସୂଚନାତନ୍ତ୍ର ସକ୍ରିୟତା କାରଣରୁ ଏହି ମହାବିପତିରୁ ଲୋକେ ରକ୍ଷା ପାଇଯାଇଛନ୍ତି । ବିଶେଷକରି ଓଡିଶାର ଜନତା ଓ ମତ୍ସ୍ୟଜୀବୀ ଏ ନେଇ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଘଟଣା ଘଟିବା ପରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ସମସ୍ୟା କିପରି ସମାଧାନ ହୋଇପାରିବ  ତାହା ଉପରେ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଶୁସମ୍ପଦ ନଷ୍ଟ ହୋଇଥିବା ବେଳେ  ଏହାକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୁଏ ଏହାର ସମାଧାନ ସହ ବିଜୁଳି ସଂଯୋଗ କିପରି ଶୀଘ୍ର ହୋଇପାରିବ ଏହା  ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆକାଶମାର୍ଗରୁ ପୁରୀ ଶ୍ରୀମନ୍ଦିର ସହ କୋଣାର୍କ ମନ୍ଦିର, ପିପିଲି. ନିମାପଡା, ବାଲିଅନ୍ତା-ବାଲିପାଟଣା, ଜଟଣୀ, ଭୁବନେଶ୍ୱର ଆଦି ଅଂଚଳ ଆକାଶମାର୍ଗରୁ ପରିଦର୍ଶନ କରିବା ସହ ବିପଦ ସମୟରେ ଓଡିଶାର ହିତେଷୀ ଓ  ରାଷ୍ଟ୍ରର ନାୟକ ଭାବେ ଦାୟିତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରୁଛି ।

ପୁରୀ ଜିଲ୍ଲାରେ ଗତ ଦୁଇଦିନ ତଳେ ୫୨ଟି ପେଟ୍ରୋଲପମ୍ପରୁ ୨୯ଟି ଅଚଳ ଥିବା ବେଳେ ଆଜି ସେଥିମଧ୍ୟରୁ ୮ଟି କାର‌୍ୟ୍ୟକ୍ଷମ ହୋଇଛି । ପୁରୀ ଜିଲ୍ଲାରେ ସ୍ଥିତି ବହୁତ ଖରା । ବାଲିଖଣ୍ଡ ଉପଖଣ୍ଡର ଗୋପ-ନିମାପଡା, ବ୍ରହ୍ମଗିରି ବଡ କ୍ଷତିଗ୍ରସ୍ତ ହୋଇଛି । ଜଙ୍ଗଲସମ୍ପଦ, କଚ୍ଚାଘର, ପଶୁସମ୍ପଦ କ୍ଷତି ହୋଇଛି । ମହାପ୍ରଭୁଙ୍କ କଳ୍ପବଟ ଦେଖି ପ୍ରଧାନମନ୍ତ୍ରୀ  ଭାବବିହ୍ୱଳ ହୋଇଗଲେ । ଜଗନ୍ନାଥ ମହାପ୍ରଭୁଙ୍କର ସେ ଅନନ୍ୟ ଭକ୍ତ । ପୁରୀ ତାଙ୍କ ପାଇଁ ବିଶେଷ ସ୍ଥାନ ବୋଲି ସେ  କହିଛନ୍ତି । ପୁରୀ ସମେତ କୋଣାର୍କ ମନ୍ଦିରର କାମ ପାଇଁ ଏଏସଆଇ ଡିଜିଙ୍କୁ ଡାକି କଥା ହେବି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।