କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ପ୍ରଭାବିତ ଅଞ୍ଚଳ ଗୁଡ଼ିରେ ଟେଲି ଯୋଗଯୋଗ ସ୍ୱାଭାବିକ କରିବାକୁ ପ୍ରୟାସ । ବିଭିନ୍ନ ଟେଲିକମ କମ୍ପାନୀ ମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋଚନା ପରେ ଧର୍ମେନ୍ଦ୍ର କହିଛନ୍ତି କି, ରାଜ୍ୟରେ ‘ଫୋନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ୫୦ ପ୍ରତିଶତ ସ୍ଥାନରେ ଟେଲିଫୋନ୍ କାମ କରୁନାହିଁ । କାରଣ ବାତ୍ୟା ସମୟରେ ଯେଉଁ ସବୁ ଟେଲି ନେଟୱାର୍କ ଭାଙ୍ଗି ପଡ଼ିଥିଲା ତାହା ଗଛ ସଫାବେଳେ ସେଥିରେଥିବା ଫାଇବର ବି କଟିଯାଇଥିଲା ।
ଅନ୍ୟପଟେ ଓଡ଼ିଶାର ଏହି ବିପତ୍ତି ବେଳେ ସମସ୍ତ କମ୍ପାନୀ ଟେଲି ଯୋଗାଯୋଗ ପାଇଁ ‘କାଓ’ ଟାୱାରର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ଖୁବଶୀଘ୍ର କାଓ ଟାୱାର ବା ମାଉଣ୍ଟେଡ଼ ଟ୍ୱାଓାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଟେଲି କମ୍ପାନୀ । ଦେଶର ପ୍ରମୁଖ ୪ଟି ମୋବାଇଲ କମ୍ପାନୀ ପ୍ରାୟ ୫୦ଟି ‘କାଓ’ ଟାୱାର ଓଡ଼ିଶାର ଫୋନି ପ୍ରଭାବିତ ଅଞ୍ଚଳକୁ ଆଣିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଏହାର ଠିକ୍ ୨ରୁ୩ ଦିନ ଭିତରେ ‘କାଓ’ ଟାୱାର ଲାଗିଲେ , ବାତ୍ୟା ପ୍ରଭାବିତ ପୁରୀ, ଭୁବନେଶ୍ୱର ଏବଂ କଟକ ଭଳି ପ୍ରଭାବିତ ସ୍ଥାନ ଗୁଡ଼ିରେ କାର୍ଯ୍ୟକ୍ଷମ ହେବ । ସେପଟେ ବିଏଏନଏଲ ଗତାଲିଠାରୁ ପୁରୀରେ ଲ୍ୟାଣ୍ଡଲାଇନ ସେବା ଯୋଗାଇଦେଇଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସକାଳେ ଟେଲିଫୋନ ଯୋଗେଁ ବାତ୍ୟା ସ୍ଥିତି ପଚାରି ବୁଝି ପୁନଃରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି । ତେଣୁ ଏଭଳି ସମୟରେ ଆସନ୍ତୁ ମିଳିମଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।