କନକ ବ୍ୟୁରୋ : ଦିଲ୍ଲୀରେ ୧୬ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି, ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।
ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରୁଛନ୍ତି । ଏହି ବିଲ ଏକ ଐତିହାସିକ ବିଲ । ବିଲ ଯୋଗୁଁ ଦେଶର ଚାଷୀ ମାନଙ୍କର ହୀତ ହୋଇପାରିବ । ଧାନର ସହାୟକ ମୁଲ୍ୟ, ଜମିର ମାଲିକାନା ନେଇ କୌଣସି ପ୍ରକାର କ୍ଷତି ଚାଷୀ ସହିବାର ନାହିଁ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।