କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ । ଏହାସହ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଉଛି । ୩୦ ପ୍ରତିଶତ ମତଦାତା ଦଳକୁ ସମର୍ଥନ ଜଣାଇଛନ୍ତି । ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା କଠିନ ପରିଶ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭିଜନ ଓଡିଶାରେ ସର୍ବାଧିକ ଲାଭ ପାଉଛି । ଆମେ ଦଳର ସଙ୍ଗଠନକୁ ଆହୁରି ସୁଦୃଢ କରିବୁ । ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବୁ ।
ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ, ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ
/kanak/media/post_attachments/wp-content/uploads/2022/02/The_Union_Minister_for_Petroleum__Natural_Gas_and_Steel_Shri_Dharmendra_Pradhan_holding_a_press_conference_on_Cabinet_Decisions_in_New_Delhi_on_December_30_2020.jpg)