ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀ କଟାକ୍ଷକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର । ଅନୁରାଗ ଠାକୁର କହିଲେ, ଜନବିରୋଧୀ କଥା କହିନାହାନ୍ତି ପ୍ରଧାନମନ୍ତ୍ରୀ

145

କନକ ବ୍ୟୁରୋ: ଜନବିରୋଧୀ କିଏ? ବିରୋଧୀଙ୍କୁ ବାରମ୍ବାର ଜନବିରୋଧୀ କହି କିଛି ଏଭଳି ଢଙ୍ଗରେ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀଙ୍କ ଜନବିରୋଧୀର ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । କହିଛନ୍ତି, କେହି ଜନବିରୋଧୀ ହୋଇପାରିବେ ନାହିଁ ବରଂ ସରକାରର ବିରୋଧୀ ହୋଇପାରିବେ । ବିଜେପି ଓ ମୋଦୀ ସରକାର ସବୁବେଳେ ଗରିବଙ୍କ କଲ୍ୟାଣ ଓ ଲୋକଙ୍କ ହିତ କଥା ଉଠାଇ ଆସୁଛି । ତେଣୁ ଆମେ କେମିତି ଜନବିରୋଧୀ ହେଲୁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନୁରାଗ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେବି ଜନବିରୋଧୀ କଥା କହିନାହାନ୍ତି । ସେପଟେ ବିଜେଡି ଏହାର ପ୍ରତିକ୍ରିୟା ରଖିଛି । ବିଧାୟକ ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ବିକାଶକୁ ବିରୋଧ କରିବା କଥା କହିଛନ୍ତି । ଯେଉଁମାନେ ବିକାଶକୁ ବିରୋଧ କରିବେ, ସେମାନେ ଦଳ ବିରୋଧୀ । ତେଣିକି ସିଏ ଯେଉଁ ଦଳ ହେଉ ନା କାହିଁକି । ଯଦି ବିରୋଧୀ ବିକାଶକୁ ବିରୋଧ କରୁନାହାନ୍ତି, ତାହେଲେ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକ କ’ଣ ବୋଲି କହିଛନ୍ତି ଦେବୀ ମିଶ୍ର ।