କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ପରେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳ ଧର୍ମପତ୍ନୀ ମୁର୍ଦଳା ଠାକୁରଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଆସି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସିଂହଦ୍ୱାର ନିକଟରେ ଦୁଇ ନେତା ପହଞ୍ଚିିବା ପରେ ସେବାୟତ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ ।
ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ସେ ଗୁଣ୍ଡୁଚିମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବେ । ଏଥର ଡବଲ ଇଞ୍ଜିନ୍ ସରକାର ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁଣି ଥରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବିତ ପାତ୍ର । ମହାପ୍ରଭୁଙ୍କୁ ଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବିଜେପି ନେତା ସୁରଥ ବିଶ୍ୱାଳ, ବିଜେପି ନେତ୍ରୀ ଉପାସନା ମହାପାତ୍ର ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/Screen-Shot-2024-03-25-at-8.55.15-AM.png)