ଜନସମ୍ପର୍କ ଅଭିଯାନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ। ବିଶ୍ୱେଶ୍ୱର ଟୁଡୁ କହିଲେ, ମୟୂରଭଞ୍ଜରେ ଖାତା ଖୋଲିପାରିବନି ବିଜେଡି

709

କନକ ବ୍ୟୁରୋ: ମୟୂରଭଞ୍ଜରେ ବିଜେପିର ଜନସମ୍ପର୍କ ଅଭିଯାନ ଅବସରରେ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ । ରାଜ୍ୟ ସରକାରଙ୍କୁ ଶାଣିତ ଢଙ୍ଗରେ ଆକ୍ରମଣ କରି କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାରୁ ହଟାଇବେ ସାଧାରଣ ଜନତା । ଆଉ ପ୍ରବଳ ଜନସମର୍ଥନ ପାଇ ନିରଙ୍କୁଶ ସରକାର ଗଠନ କରିବ ବିଜେପି । ଏପରିକି ମୟୂରଭଞ୍ଜରେ ବିଜେଡି ଖାତା ବି ଖୋଲିପାରିବ ନାହିଁ ବୋଲି ଦୃଢୋକ୍ତି ବାଢିଛନ୍ତି ବିଜେପି ସାଂସଦ ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଦାବି ପଛରେ କେତେ ସତ୍ୟତା ଅଛି ତାହା ସମୟ କହିବ । ହେଲେ ଆସନ୍ତୁ ନଜର ପକାଇବା ୨୦୧୯ ନିର୍ବାଚନରେ ମୟୂରଭଞ୍ଜରୁ କିଏ କେତେ ଆସନ ପାଇଥିଲେ । ମୟୂରଭଞ୍ଜର ୯ଟି ବିଧାନସଭା ଆସନରୁ ବିଜେପି ୬ଟି ଆସନରେ ବାଜିମାତ କରିଥିଲା ବେଳେ ୩ଟି ବିଜୟୀ ହୋଇଥିଲା ବିଜେଡି । ସେହିପରି ମୟୂରଭଞ୍ଜ ଲୋକସଭା ଆସନରୁ ବିଶେଶ୍ୱର ଟୁଡୁ ବିଜୟୀ ଲୋକସଭା ଯାଇଛନ୍ତି ଓ ଏବେ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଛନ୍ତି । ଏହାଛଡା ୨୦୨୧ରେ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେପି ଏକାପାଖିଆ କ୍ଲିନ ସୁଇପ କରିଥିଲା । ବିଜେପି ପ୍ରାର୍ଥୀ ଓ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହେବା ଦଳର ଆତ୍ମବିଶ୍ୱାସକୁ ବଢାଇ ଦେଇଛି । ତେଣୁ ୨୦୨୪ରେ ସବୁ ଆସନ ପୋଛି ନେବ ବୋଲି କହିଛନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।