ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ଖର୍ଚ୍ଚ ନହୋଇ ପଡିରହିଛି ରାଉରକେଲା ସାର୍ଟସିଟି ଅର୍ଥ; ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

180

କନକ ବ୍ୟୁରୋ: ଖର୍ଚ୍ଚ ନହୋଇ ପଡି ରହିଛି ରାଉରକେଲା ସ୍ମାର୍ଟି ସିଟି ପ୍ରକଳ୍ପର ଅର୍ଥ । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀଙ୍କ ହସ୍ତ କ୍ଷେପ ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପୃଥକ ପୃଥକ ଭାବେ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ପ୍ରକଳ୍ପ ପାଇଁ ଆସିଥିବା ୩୭୬ କୋଟି ଅର୍ଥରୁ ମାତ୍ର ୨୨ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି । ସେଥିରୁ କେବଳ କନସଲଟାନ୍ସି ବାବଦରେ ବିନିଯୋଗ ହୋଇଛି ୧୬ କୋଟି ୩୭ ଲକ୍ଷ ଟଙ୍କା । ଏହି କାମକୁ ତ୍ୱରାନ୍ୱିତ କରିବାକୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚିଠିରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ୨୦୧୫-୧୬ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ରାଉରକେଲା ସ୍ମାର୍ଟ ସିଟିର ବିକାଶ ପାଇଁ ୩୭୬ କୋଟିର ଅନୁଦାନ ଦେଇଛନ୍ତି । ହେଲେ ଏହି ମୋଟ ଅର୍ଥରୁ ମାତ୍ର ୨୨ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି । ତେବେ ଏହି ଅର୍ଥରୁ କନସଲଟାନ୍ସ ଓ ଦରମା ବାବଦରେ ୧୬ କୋଟି ୩୭ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ମିଳିଥିବା ସୂଚନା ଅଧିକାର ତଥ୍ୟରେ ଉଲ୍ଲେଖ ଥିବା ଦର୍ଶାଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚୁର ଅର୍ଥ ବ୍ୟୟବରାଦ କରାଯାଇଥିବା ବେଳେ ରାଉରଲେକା ସ୍ମାର୍ଟସିଟି ପ୍ରକଳ୍ପର ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ ନକରିବା ମାମଲା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।