ମାଡ ତତ୍ୱ ନେଇ ମୁହଁ ଖୋଲିଲେ ବିଶେଶ୍ୱର ଟୁଡୁ । ଅଫିସରଙ୍କୁ ନେଇ କହିଲେ ଏମିତି କଥା

154

କନକ ବ୍ୟୁରୋ : ଅଫିସରଙ୍କୁ ଟାର୍ଗେଟ କରି ବିବାଦରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁହଁ ଖୋଲିଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ସତ୍ୱେ ଅଫିସର ଓ ଜିଲ୍ଲା ପ୍ରଶାସନ ପ୍ରୋଟକଲ ଅନୁସାରେ ମାନୁନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ବିଶ୍ୱେଶ୍ୱର ଟୁଡୁ ଅଭିଯୋଗ କରିଛନ୍ତି , ଜିଲ୍ଲପାଳ ଓ ଅନ୍ୟ ଅଧିକାରୀ ବିଜେଡିର କର୍ମୀଭାବେ କାମ କରୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅଫିସରଙ୍କ ଉପରେ ରାଗିବା ପରେ ଓଏଏସ ସଂଘ କଳାବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରିଥିଲେ । ଏହାର ଜବାବ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଓଏଏସ ସଂଘକୁ କଳା ସାର୍ଟ ପିନ୍ଧାଇବେ ବୋଲି ଚ୍ୟାଲେଞ୍ଜ କରିଛନ୍ତି ।
ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କୁ କେମିତି ସମ୍ମାନ ଦିଆଯାଏ ଅଫିସରମାନେ ସିଖି ନାହାନ୍ତି । ଯେତେବେଳେ ସେ ଜିଲ୍ଲା ଗସ୍ତ କରୁଛନ୍ତି ସେତେବେଳେ ଜିଲ୍ଲାପାଳମାନେ ମଧ୍ୟ ତାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାକୁ ଆସୁ ନାହାନ୍ତି । ଯାହାକୁ ନେଇ କ୍ଷବ୍ଧ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ