କନକ ବ୍ୟୁରୋ: ଦେଶରେ ରାଷ୍ଟପ୍ରତି ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ନ ହେଉଛି ତା ଠୁ ଅଧିକ ମହାରାଷ୍ଟ୍ର ରାଜନୀତିକୁ ନେଇ ଅଧିକ ଚର୍ଚ୍ଚା । ସରକାର ବଂଚାଇବାକୁ ଏମଭିଏ ମେଂଟ ଚେଷ୍ଟା ଚଳାଇଥିବା ବେଳେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି ଆଉ ୩ ବିଦ୍ରୋହୀ ବିଧାୟକ । ଏକ ଶକ୍ତିଶାଳୀ ଜାତୀୟ ଦଳ ତାଙ୍କୁ ସହଯୋଗ କରୁଥିବା ଗତକାଲି ସିନ୍ଦେ କହିଥିବା ଆଜି ସେମାନଙ୍କ ସହ କୌଣସି ଜାତୀୟ ଦଳ ନଥିବା କହିଛନ୍ତି । ଏପଟେ ସରକାର ଭାଙ୍ଗିବାକୁ ଏନସିପି ନେତା ଶରତ ପାୱାରଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ସଞ୍ଜୟ ରାଉତ ।
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଉ ତିନି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି । ଗତକାଲି ରାତିରେ ୩ ଜଣ ବିଧାୟକ ଗୌହାଟୀ ଅନ୍ୟ ବିଧାୟକମାନେ ଥିବା ହୋଟେଲରେ ପହଂଚିଛନ୍ତି । ଏମଭିଏ ମେଂଟ ସରକାରରେ ରହିବ ନା ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢିବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି । ଜଣେ କେନ୍ଦ୍ର ମନ୍ତ୍ରୀ ଏନସିପି ମୁଖ୍ୟ ଶରତ ପାୱାରଙ୍କୁ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ସଞ୍ଜୟ ରାଉତ । କାଗଜକଲମରେ ସେମାନେ ଅଧିକ ଥାଇପାରନ୍ତି ହେଲେ ଫୋର ଟେଷ୍ଟ ହେଉ ଅବା ରାସ୍ତାରେ ଯୁଦ୍ଧ ସୁବୁଠି ଆମେ ବିଜୟୀ ହେବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସଞ୍ଜୟ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏକନାଥ ସିନ୍ଦେଙ୍କୁ ଦଳର ନେତା କରିବା ପାଇଁ ୩୪ ବିଧାୟକଙ୍କ ସ୍ୱାକ୍ଷର ଥିବା ପତ୍ର ମହାରାଷ୍ଟ ରାଜ୍ୟପାଳଙ୍କୁ ପଠାଯିବା ପରେ ଆଉ ୭ ଜଣ ବିଧାୟକ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି । ଏହା ପଛରେ ବିଜେପିର ହାତ ଥିବା ଏମଭିଏ ମେଂଟ ଅଭିଯୋଗ କରିଛି । ଉଦ୍ଧବ ଠାକରେ ସରକାର ଗଠନ କରିବା ଦିନଠୁ ବିଜେପି ତାର ସବୁ ଶକ୍ତି ଏବଂ ବାହୁ ବଳ ଲଗାଇ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି । ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ମହାରାଷ୍ଟ ରାଜନୀତି ଦେଖାଦେଇଥିବା ସଙ୍କଟରେ ଆମର କିଛି ଭୂମିକା ନାହିଁ । କିନ୍ତୁ ମହାରାଷ୍ଟ୍ର ଭଳି ବଡ ରାଜ୍ୟର ଲୋକେ ଆସାମକୁ ପସନ୍ଦ କରିଥିବାରୁ ଖୁସୀ ଥିବା କହିଛନ୍ତି ହିମନ୍ତ ।
ଏଭଳି ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ମୁମ୍ବାଇ ଆସିବାକୁ ଚ୍ୟାଲେଞ୍ଜ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଏପଟେ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମୁମ୍ବାଇ ଆସିବେ ବୋଲି ସୂଚନା ମିଳିଛି ।