କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ କରୋନା । ନମୁନା ପରୀକ୍ଷଣ ପରେ ଅର୍ଜୁନଙ୍କ ରିପୋର୍ଟରେ ଆସିଲା କୋଭିଡ ପଜିଟିଭ

83

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ କରୋନା  । ନମୁନା ପରୀକ୍ଷଣ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି  । ଏନେଇ ନିଜେ ଟୁଇଟ୍ କରି ସେ ସୂଚନା ଦେଇଛନ୍ତି  । ମେଘୱାଲ ଜଣାଇଛନ୍ତି ଯେ, ଲକ୍ଷଣ ଦେଖାଦେବା ପରେ ସେ ପରୀକ୍ଷା କରାଇଥଲେ  । ପ୍ରଥମ ପରୀକ୍ଷାରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା, ହେଲେ ଦ୍ୱିତୀୟ ପରୀକ୍ଷାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଜଣାଇଛନ୍ତି  ।

ସେ ଏବେ ଏମ୍ସରେ ଚିକତ୍ସିତ ହେଉଛନ୍ତି  । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୌଳାସ ଚନ୍ଦ୍ର ଚୌଧୁରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ କରି ଜଣାଇଛନ୍ତି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଉଭୟ ଏବେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ଚିକିତ୍ସିତ ହେଉଛନ୍ତି  ।