ଚଢା ଦରରେ ବିକିବା ମନା… ୧୦ ଟଙ୍କାରେ ମାସ୍କ, ୧୦୦ ଟଙ୍କାରେ ସାନିଟାଇଜର ବିକିବାକୁ କେନ୍ଦ୍ରର କଡା ନିର୍ଦ୍ଦେଶ । କଳାବଜାରୀ ଅଭିଯୋଗ ପରେ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପଦକ୍ଷେପ

2,023

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ସମସ୍ତେ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବଜାରରେ ମାସ୍କର ଅଭାବ ଦେଖିବା ମିଳିଥିବା ବେଳେ ଅନେକ ସ୍ଥାନରେ ଚଢା ଦରରେ ବିକ୍ରି ହେଉଥି ମାସ୍କ ଏବଂ ସାନିଟାଇଜର । ତେବେ ଏସବୁ ସାମଗ୍ରୀ ଆବଶ୍ୟକତା ଥିବାରୁ ଅଧିକ ଦରରେ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେଣୁ ଲୋକଙ୍କ ଆବଶ୍ୟକତା ଆଉ କଳାବଜାରୀକୁ ଆଖି ଆଗରେ ରଖି କେନ୍ଦ୍ର ଯୋଗାଣ ମନ୍ତ୍ରୀ କଡା ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶ୍ୱାନ କଡା ତାଗିଦ କରିଛନ୍ତି କି, ୨୦୦ ମିଲିଲିଟର ହ୍ୟାଣ୍ଡ ସାନିଟାଇଜରର ଦାମ ୧୦୦ ଟଙ୍କା ରଖିବାକୁ ନିର୍ଦ୍ଦେଶ । ସେହିପରି ୨ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କା ଓ ୩ ଲେୟାର ବିଶିଷ୍ଟ ମାସ୍କର ଦାମ ୧୦ ଟଙ୍କା ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ।

କରୋନାକୁ ନେଇ ଲୋକେ ମାସ୍କ ଓ ସାନିଟାଇଜର କିଣୁଥିବାରୁ ଏଗୁଡିକର ବଜାର ଦର ଅହେତୁକ ଭାବେ ବଢିଯାଇଛି । ଲୋକଙ୍କ ଚାହିଦାକୁ ଦେଖି କଳାବଜାରୀ ଆରମ୍ଭ କରିଦେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏହାକୁ ନଜରରେ ରଖି କଡା ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ରାମବିଳାଶ ପାଶ୍ୱାନ ।

ସେହିପରି ମାସ୍କ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା କପଡାର ଦାମ, ୧୨ ଫେବୃଆରୀ ପୂର୍ବରୁ ଯାହା ଥିଲା ତାକୁ ଅପରିବର୍ତ୍ତିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକାଧିକ ଟ୍ୱିଟ କରି ଏହି ନିର୍ଦ୍ଦେଶନାମା ଜୁନ୍ ୩୦ ଯାଏଁ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି ରାମବିଶାଳ ପାଶ୍ୱାନ ।

Comments are closed.