ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ସମୟ ପରେ ପହଞ୍ଚିବେ ରାଜନାଥ ସିଂହ, ଭୂପିନ୍ଦର ଯାଦବ ।

374

କନକ ବ୍ୟୁରୋ: ଆଜି ବସିବ ବିଜେପିର ନବନିର୍ବାଚିତ ବିଧାୟକଙ୍କ ବୈଠକ ।ଏଥିରେ ନିଷ୍ପତ୍ତି ହେବ କିଏ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏଥିପାଇଁ କେନ୍ଦ୍ର ପକ୍ଷରୁ ନିୟୋଜିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଓ ରାଜନାଥ ସିଂ ଆଉ କିଛି ସମୟ ପରେ ଭୁବନେଶ୍ୱରରେ ଆସି ପହଞ୍ଚିବେ । ଏହା ପୂର୍ବରୁୁ ଓଡିଶା ଆସି ପହଞ୍ଚିସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଂସଦ ଅପରାଜିତା ଷଡଙ୍ଗୀ ଓ ଜୁଏଲ ଓରାମ ମଧ୍ୟ ଆସି ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ତେବେ ଆଜି ବିଧାୟକ ବୈଠକରେ କ’ଣ ନିଷ୍ପତ୍ତି ହେବ, କାହାକୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯିବ ତା’ ଉପରେ ରାଜ୍ୟବାସୀଙ୍କ ନଜର ।