ଅଜଣା ରୋଗରେ କଷ୍ଟ ପାଉଛି ରାଜଧାନୀର କୁନି ଝିଅ। ତୁଳସୀକୁ ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଖେଳୁଥିଲା, କଥା ବି କହୁଥିଲା, ହେଲେ ଏବେ ପୁରା ନିସ୍ତେଜ ତୁଳସୀ

330

କନକ ବ୍ୟୁରୋ: ନାମ-ତୁଳସୀ । ବୟସ- ୨ ବର୍ଷ । ଏହି କୁନି ବୟସରେ ଶ୍ୱାସ ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁଟି । ଗରିବ ବାପା ମାଆଙ୍କ ନିକଟରେ ଝିଅର ଚିକିତ୍ସା ପାଇଁ ବି ଅର୍ଥ ନାହିଁ । ଏଭଳି ସମୟରେ ଝିଅର ଚିିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବ ଓ ଅଧିକ ଅର୍ଥ ଲାଗିବ ବୋଲି ଡାକ୍ତର କହିବା ପରେ ବାପା ମାଆଙ୍କ ପାଦ ତଳୁ ମାଟି ଖସିଯାଇଛି ।

ଭୁବନେଶ୍ୱର ନିଳାଦ୍ରୀ ବିହାର ଆଦର୍ଶ ବସ୍ତିରେ ଭଂଗା ଘରେ ଥିବା ଏହି ଗରିବ ପରିବାର ଶିଶୁ କନ୍ୟାଙ୍କୁ କେମିତି ଭଲ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଘଟଣା ନଜରକୁ ଆସିବା ପରେ ଆଦର୍ଶ ବସ୍ତିରେ ପହଂଚି ତୁଳସୀର ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ଦୀ ପ୍ରତାପ ଷଢଙ୍ଗୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି । ଆବଶ୍ୟକ ହେଲେ ଅନ୍ୟ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପରିବାର ଲୋକଙ୍କ ମୁହଁରେ ଦେଖିବାକୁ ମିଳିଛି ସାମାନ୍ୟ ଖୁସିର ଝଲକ । ଏବେ ଅପେକ୍ଷା କେବେ ଏମ୍ସରେ ଆରମ୍ଭ ହେବ ତୁଳସୀର ଚିକିତ୍ସା ।