ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ! ବିଜେପି ସଭ୍ୟ ସଂଗ୍ରହ ଅଭିଯାନ ବେଳେ ବୟୋଜ୍ୟେଷ୍ଠ କର୍ମୀଙ୍କ ପାଦ ଧୋଇ ସ୍ୱାଗତ ଜଣାଇଲେ ବାଲେଶ୍ୱର ସାଂସଦ

Advertisment
ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ! ବିଜେପି ସଭ୍ୟ ସଂଗ୍ରହ ଅଭିଯାନ ବେଳେ ବୟୋଜ୍ୟେଷ୍ଠ କର୍ମୀଙ୍କ ପାଦ ଧୋଇ ସ୍ୱାଗତ ଜଣାଇଲେ ବାଲେଶ୍ୱର ସାଂସଦ

କନକ ବ୍ୟୁରୋ: ସମ୍ମାନ ଓ କୃତଜ୍ଞତାର ଆଉ ଏକ ଝଲକ ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସଫେଇ କର୍ମଚାରୀଙ୍କ ପାଦ ଧୋଇଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇ ଉଦାହରଣ ସୃଷ୍ଟି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗତକାଲି ମୟୂରଭଂଜ ଗସ୍ତ ଥିଲା। ଏହି ଅବସରରେ ସେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତନଟୀ ସଂସ୍କୃତି ଭବନରେ ଆୟାଜିତ ଦଳୀୟ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ସଭାରେ ଏମିତି ଏକ କାର୍ଯ୍ୟ କଲେ, ଯାହା ସମସ୍ତଙ୍କ ପାଇଁ ଉଦାହରଣୀୟ ହୋଇପାରିଛି। ସ୍ଥାନୀୟ ପରମ୍ପରା ଅନୁସାରେ ଶ୍ରୀ ଷଡ଼ଙ୍ଗୀ ବରିଷ୍ଠ ନାଗରିକଙ୍କ ପାଦ ଧୋଇ ଦେଇଥିଲେ। ଏହି ଅବସରରେ ସେ ଅସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ରମାକାନ୍ତ ମହାନ୍ତିଙ୍କ ପାଦ ଧୋଇଥିଲେ। ତେବେ ଶ୍ରୀ ଷଡ଼ଙ୍ଗୀଙ୍କ ଏହି କାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମନେ ପକାଇ ଦେଇଥିଲା।

ଗତ ଫେବ୍ରୁଆରି ୨୪ ତାରିଖ ଦିନ ମୋଦୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆୟୋଜିତ ‘ସ୍ବଚ୍ଛ କୁମ୍ଭ, ସ୍ବଚ୍ଛ ଆଭାର’ କାର୍ଯ୍ୟକ୍ରମରେ ଯୋଗଦେଇ ସଫେଇ କର୍ମଚାରୀଙ୍କ ପାଦ ଧୋଇ ଦେଇଥିଲେ। ମୋଦୀଙ୍କୁ ଅନୁସରଣ କରି ଶ୍ରୀ ଷଡ଼ଙ୍ଗୀ ଗତକାଲି ଅନୁରୂପ ଭାବେ କାର୍ଯ୍ୟ କରିଥିବାରୁ ଗତକାଲି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବରିଷ୍ଠଙ୍କୁ ଭକ୍ତି ତଥା ସମାଜ ଓ ଭାରତମାତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସମସ୍ତଙ୍କ କର୍ତବ୍ୟ ଏବଂ ବିଜେପି ଏହି ମାନସିକତାକୁ ଆଧାର କରିଛି ବୋଲି ଦଳୀୟ ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe