ଓଡିଆ ଭାଷାକୁ ଉପେକ୍ଷା ଅଭିଯୋଗ ଭିତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଚିଠି । ପଢନ୍ତୁ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ କ’ଣ କହିଲେ ଧର୍ମେନ୍ଦ୍ର...

ଓଡିଆ ଭାଷାକୁ ଉପେକ୍ଷା ଅଭିଯୋଗ ଭିତରେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଚିଠି । ପଢନ୍ତୁ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ କ’ଣ କହିଲେ ଧର୍ମେନ୍ଦ୍ର...

କନକ ବ୍ୟୁରୋ: ପଡୋଶୀ ଝାଡଖଣ୍ଡରେ ଓଡିଆ ଭାଷାକୁ ଅବହେଳା ନେଇ ଅଭିଯୋଗ ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଶିକ୍ଷାନୀତି ୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଝାଡଖଣ୍ଡରେ କିଭଳି ଓଡିଆ ଭାଷାକୁ ଉପେକ୍ଷା କରାଯାଉଛି ସେନେଇ କେତେକ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

  • ଓଡି଼ଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବା ପରେ ରାଜ୍ୟ ଶିକ୍ଷା ବିଭାଗ ହିନ୍ଦି ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଉଛି
  • ଓଡିଆ ପୁସ୍ତକ ପ୍ରକାଶନ ପାଇଁ ଝାଡଖଣ୍ଡ ରାଜ୍ୟ ପ୍ରାଧିକରଣକୁ ଏନସିଇଆରଟି କପି ରାଇଟ ଦେଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନି
  • ଓଡିଆ ଭାଷାଭାଷୀ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ଓଡିଆ ମାଧ୍ୟମିକ ସ୍କୁଲ ଗୁଡିକୁ ହିନ୍ଦି ମାଧ୍ୟମିକ ସ୍କୁଲ ସହିତ ମିଶାଇ ଦିଆଯାଉଛି
  • ୨୦୦୬-୦୭ରୁ ଝାଡଖଣ୍ଡରେ ଓଡିଆ ଭାଷା କହୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ପୁସ୍ତକ ଦିଆଯାଉ ନାହିଁ
  • କେବଳ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଭାଷା ବିଷୟ ପୁସ୍ତକ ଦିଆଯାଉଥିବାବେଳେ ନବମରୁ ଦ୍ୱାଦଶ ଯାଏଁ ଓଡିଆ ଭାଷା ପୁସ୍ତକକୁ ରାଜ୍ୟ ଶିକ୍ଷା ପରିଷଦ ଗ୍ରହଣ କରିନି

ସେହିପରି ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଗାଁ ଗୁଡିକରେ ଓଡିଆ ଭାଷା ଭିତ୍ତିକ ଶିକ୍ଷାଦାନରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ନିଜେ ହସ୍ତକ୍ଷେପ କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏପଟେ ଝାଡଖଣ୍ଡରେ ଓଡିଆକୁ ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ପ୍ରତ୍ୟାହାର ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କେବଳ ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡିଆ ଭାଷାକୁ ବାଦ ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ତେଣୁ ପ୍ରାଥମିକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ଆଞ୍ଚଳିକ ଭାଷା ଭଳି ଓଡିଆକୁ ସାମିଲ କରିବା ପାଇଁ ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ସେ ଚିଠି ଲେଖିଥିବା କହିଛନ୍ତି । ତେବେ ଓଡିଆ ବହି ଯୋଗାଇ ଦିଆଯା ନଥିବା କଥାକୁ ସେ ଅନୁଧ୍ୟାନ କରୁଛନ୍ତି । ଯଦି ସେଭଳି ହୋଇଥାଏ ତାହାହେଲେ ନିହାତି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe