ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଗଡକରୀ କହିଲେ ଏମିତି କଥା, ବିଜେପି ଶିବିରରେ କମ୍ପନ

Advertisment
ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଗଡକରୀ କହିଲେ ଏମିତି କଥା, ବିଜେପି ଶିବିରରେ କମ୍ପନ

କନକ ବ୍ୟୁରୋ : ନିଜ ମନ୍ତ୍ରଣାଳୟର ଭଲ କାମ ପାଇଁ ନିତୀନ ଗଡକରୀଙ୍କୁ ସମସ୍ତେ ଜାଣନ୍ତି । ଦେଶରେ ଏବେ ରାଜମାର୍ଗ ଏହାର ପ୍ରମାଣ ବି ଦେଉଛି । ଏବେ ରାଜସ୍ଥାନ ବିଧାନସଭାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ରାଜନୈତିକ ଦଳ ବାବଦରେ ଏମିତି କିଛି ବିବୃତ୍ତି ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଗଡକରୀ ।

ଉକ୍ତ ସଭାରେ ରାଜନେତାମାନଙ୍କୁ ଟାର୍ଗେଟ କରି ଗଡକରୀ କହିଛନ୍ତି କି ମନ୍ତ୍ରୀ ହୋଇ ନପାରିବାରୁ ବିଧାୟକମାନେ ଦୁଃଖରେ ଅଛନ୍ତି, ଭଲ ବିଭାଗ ନମିଳିବାରୁ ମନ୍ତ୍ରୀମାନେ ଦୁଃଖରେ ଅଛନ୍ତି, ବରିଷ୍ଠ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନହୋଇ ଦୁଃଖ ପ୍ରକାଶ କରୁଛନ୍ତି , ଆଉ ମୁଖ୍ୟମନ୍ତ୍ରୀମାନେ ଦୁଃଖରେ ଅଛନ୍ତି କି ସେମାନେ ଜାଣି ନାହାନ୍ତି କେତେବେଳେ ସେମାନଙ୍କ ପଦବୀ ଚାଲିଯିବ ।

କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ରାଜସ୍ଥାନ ବିଧାନସଭାର ‘ସଂସଦୀୟ ଗଣତନ୍ତ୍ର ଓ ଲୋକ ଆଶା’ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜଣାଶୁଣା ସ୍ତମ୍ଭକାର ଶରଦ ଯୋଶୀଙ୍କ ଉଦାହାରଣ ଦେଇ କହିଛନ୍ତି କି “ଯେଉଁମାନେ ରାଜ୍ୟର କାମରେ ଲାଗୁ ନାହାନ୍ତି ସେମାନଙ୍କୁ ଦିଲ୍ଲୀ ପଠାଇଦେଲେ, ଯେଉଁମାନେ ଦିଲ୍ଲୀରେ କାମ କରିବାକୁ ଅଯୋଗ୍ୟ ସେମାନଙ୍କୁ ରାଜ୍ୟପାଳ ବନାଇ ଦିଆଗଲା ଓ ଯେଉଁମାନେ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବାରେ ଅଯୋଗ୍ୟ ସେମାନଙ୍କୁ ରାଜଦୂତ କରିଦିଆଗଲା”

ନିତୀନ ଗଡକରୀ ବିଜେପିର ଅଧ୍ୟକ୍ଷ ଥିବା ବେଳେ ନିଜର ଅନୁଭୂତିରୁ କହିଥିଲେ ଯେ ସେ ବିଜେପିର ଅଧ୍ୟକ୍ଷ ଥିବା ବେଳେ ଦଳର ଏମିତି ଜଣେ ନେତାଙ୍କୁ ଦେଖି ନାହାନ୍ତି, ଯିଏ କି କ୍ଷମତାକୁ ନେଇ ଦୁଖ ପ୍ରକାଶ କରିନାହାନ୍ତି । ଏହାସହ ସେତେବେଳେ ଜଣେ ସାମ୍ବାଦିକ ତାଙ୍କ ପଚାରିଥିଲେ ଯେ ଆପଣ ବି ଦଳ ଭିତରେ ଅଛନ୍ତି ଓ କ୍ଷମତା ବି ଆପଣଙ୍କ ପାଖରେ ଅଛି ହେଲେ ଆପଣ କାହିଁକି ଦୁଃଖୀ ନୁହନ୍ତି । ଏହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ ମୁଁ ଭବିଷ୍ୟତ ଚିନ୍ତା କରେନାହିଁ, ଯିଏ ଭବିଷ୍ୟତ ଚିନ୍ତା କରେନାହିଁ ସେ ସର୍ବଦା ଖୁସିରେ ଥାଏ ବୋଲି ଗଡକରୀ ଉତ୍ତର ଦେଇଥିଲେ ।
କହିରଖୁ କି ନିତୀନ ଗଡକରୀ ଏଭଳି କଥା ଏବେ ଏବେ ଗୁଜୁରାଟରେ ବିଜୟ ରୂପାଣୀଙ୍କ ସ୍ଥାନରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବା ପରେ କହିଛନ୍ତି । କିଛିଦିନ ପୂର୍ବରୁ ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ବି ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇଥିଲା । ଏହାସହ ରାଜସ୍ଥାନ ଓ ପଞ୍ଜାବରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସରେ ବିବାଦ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe