କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସାର ମାହୋଲ । ନାମାଙ୍କନ ତାରିଖ ଘୋଷଣା ପରଠୁ ଏଠାରେ ଚାଲିଛି ଉତେଜନା । ଶନିବାର କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କୁ କାର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଆକ୍ରମଣ ଅଭିଯୋଗ ଆଣିବା ସହ ଅଳ୍ପକେ ବର୍ତିଯାଇଥିବା କହିଛନ୍ତି ଘଟଣା ପାଇଁ ତୃଣମୂଳ କଂଗ୍ରେସକୁ ସିଧାସଳଖ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ପୁଲିସର ଛତ୍ରଛାୟା ତଳେ ଟିଏମସି ସମର୍ଥକ ରହିଛନ୍ତି । ତେଣୁ ରାଜ୍ୟରେ ହିଂସା ବୃଦ୍ଧି ପାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କୁଚବିହାରରେ ନୀତିଶ ପରମାଣିକ ପହଁଚିବାପରେ ଏଠାରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।ସେପଟେ ପ୍ରଦେଶ ବିଜେପି ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ବନ୍ଧରେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପଶ୍ଚିମବଙ୍ଗ କୁଚ୍ଚବିହାରରେ ମନ୍ତ୍ରୀଙ୍କ କାର ଉପରେ ଆକ୍ରମଣ
/kanak/media/post_attachments/wp-content/uploads/2023/06/17_00000-5.jpg)