କେନ୍ଦ୍ର ମନ୍ତ୍ରୀଙ୍କ ବଡ ଦାବୀ: କହିଲେ, ‘ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ହେବ ବିଜେପି ସରକାର’

216

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ହେବ ବିଜେପି ସରକାର । ଏପରି ଦାବି କରିଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ । ମହାରାଷ୍ଟ୍ରରେ ଯାହା ବି କିଛି ସମସ୍ୟା ଅଛି ତାହା ଖୁବ ଶିଘ୍ର ଠିକ ହେବାକୁ ଯାଉଛି  । ଜୟପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ଦେଖାଦେଇଛି । ଅନ୍ୟପଟେ ଏନସିପି ମୁଖ୍ୟ ଶରଦ ପୱାର ସବୁ କାର୍ଯ୍ୟକ୍ରମ ରଦ୍ଦ କରି ଆଜି ଦିଲ୍ଲୀ ଯାଉଛନ୍ତି । 

ସୂଚନା ମୁତାବକ, ବିଜେପିର କିଛି ବରିଷ୍ଠ ନେତା ଦିଲ୍ଲୀରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି । ଦେବେନ୍ଦ୍ର ଫର୍ଣ୍ଣାଣ୍ଡିଜ୍ ମଧ୍ୟ ପହଞ୍ଚିବାର ସୂଚନା ଥିବାବେଳେ କୌଣସି କାରଣରୁ ତାହା ସମ୍ଭବ ହୋଇନାହିଁ । ଅନ୍ୟ ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଶିବସେନାର ରାଜ୍ୟସଭା ସାଂସଦ ଓ ଉଦ୍ଧବ ଠାକରେଙ୍କ ନକଟତର ନେତାଙ୍କ ସହ ହୋଇଛି । ଏହା ସୂଚନା ମିଳିବା ପରେ ମହାରାଷ୍ଟ୍ର ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି ।