କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । କେନ୍ଦ୍ର ସଂସଦୀୟ ବ୍ୟାପାର ତଥା ସଂଖ୍ୟା ଲଘୁ ମନ୍ତ୍ରୀ କିରନ ରିଜିଜୁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ବିଧାନସଭାରେ ନୂଆ ବିଧାୟକମାନଙ୍କ ଓରିଏଣ୍ଟେସେନ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ନୂଆ ବିଧାୟକମାନଙ୍କୁ ନିଜ ଅନୁଭୂତି ବାଣ୍ଟିବେ କେନ୍ଦ୍ରମନ୍ତ୍ରୀ, ଏହାପରେ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ। ସୂଚନାଯୋଗ୍ୟ ଯେ, ବିଧାନସଭାରେ ନୂଆ ବିଧାୟକ ନେବେ ପ୍ରଶିକ୍ଷଣ। ଦୁଇ ଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ତେବେ ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି। ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚାଲିବା ଏକ ପ୍ରକାର ନିଶ୍ଚିତ ହୋଇଛି।