କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କର ପରଲୋକ । ଦିଲ୍ଲୀ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ରାଜମାତା।

553

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେଙ୍କର ପରଲୋକ ହୋଇଛି । ଆଜି ସକାଳ ୯ଟା ୨୮ ମିନିଟରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମାଧବୀ ରାଜେ । ସିନ୍ଧିଆ ପରିବାରର ରାଜମାତା କିଛି ଦିନ ହେବ ଅସୁସ୍ଥ ହୋଇ ଭେଣ୍ଟିଲେଟରରେ ଥିଲେ । ନିମୋନିଆ ସହ ସେସ୍ପିସରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ ।

ତୃତୀୟ ପର୍ଯ୍ୟାୟ ମତଦାନର ଠିକ ଦିନକ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ହସ୍ପିଟଠାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପାର୍ଥୀବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ମଧ୍ୟପ୍ରଦେଶ ନିଆଯିବାର ସୂଚନା ରହିଛି ।