ଜୁଏଲ ଦେଲେ ବଡ଼ ବୟାନ ! ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ଣ୍ଣଚ୍ଛେଦ ପକାଇଲେ ଜୁଏଲ, ଧର୍ମେନ୍ଦ୍ର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

410

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ମୁହଁ ଖୋଲିଲେ କେନ୍ଦ୍ର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଆଗମୀ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ପୂର୍ଣ୍ଣଛେଦ ପକାଇ କହିଛନ୍ତି ଯେ, ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ଧର୍ମେନ୍ଦ୍ର ବୋଲି କହିଛନ୍ତି ଜୁଏଲ । ନୂଆ ଦିଲ୍ଲୀରେ ଅମିତ ଶାହଙ୍କ ଉପସ୍ଥିତିରେ ଅପରାଜିତା ସଡ଼ଙ୍ଗୀ ଯୋଗଦେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୁଏଲ । ଅପରାଜିତାଙ୍କୁ ରାଜ୍ୟ ବିଜେପିକୁ ସ୍ୱାଗତ କରିବା ସହ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଧର୍ମେନ୍ଦ୍ର ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଜୁଏଲ । 

JUEL ON BJDଆଗାମୀ ନିର୍ବାଚନରେ ଓଡ଼ିଶାର ଶାସନ ମଙ୍ଗ କିଏ ଧରିବ ସେଥିପାଇଁ ଚାଲିଛି ଅଙ୍କ କଷା । କେଉଁ ରାଜନୈତିକ ଦଳ କାହାକୁ ରାଜ୍ୟ ମୁଖିଆ କରିବେ ସେ ନେଇ ବିଚାର ବିମର୍ଷ ଜାରି ରହିଛି । ବିଜେଡ଼ିର ଚିତ୍ର ସ୍ପଷ୍ଟ ଥିବାବେଳେ କଂଗ୍ରେସ ଓ ବିଜେପିର ରଣନୀତି କ’ଣ ରହିଛି ତାହାର କେହି ଟେର୍‌ ପାଉ ନାହାଁନ୍ତି । ତେବେ ଏ ସମସ୍ତ କଳନାଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଜୁଏଲ । ଜୁଏଲ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ଆମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବୁ ବୋଲି ପୂର୍ବରୁ କହି ସାରିଛି । ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଯିଏ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଓଡ଼ିଶାରେ ନବୀନ ସରକାର ଯିବା ଦରକାର  ।

JUEL DHARMENDRA_WEB_00000ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିବା ପରେ ରାଜ୍ୟ ରାଜନୀତିରେ ଅଧିକ ଉଷ୍ମତା ଦେଖାଦେଇଛି ।  ସେହିପରି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦଳ ଛାଡ଼ିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ସେମାନେ ଦଳ ଛାଡ଼ିଲେ କ୍ଷତି ହେବ, ମାତ୍ର ଦଳ କ୍ଷତିଭରଣା କରିବାକୁ ଚେଷ୍ଟା କରିବ ।