ନୂଆ ରୂପରେ ଭାରତ ମାନଚିତ୍ର । ଜମ୍ମୁ-କଶ୍ମୀରର ପୁର୍ନଗଠନ ପରେ ଜାରି ହେଲା ଭାରତର ନୂଆ ମ୍ୟାପ୍

ଧାରା ୩୭୦ ଉଚ୍ଛେଦ ପରେ ଜାରି ହୋଇଛି ଭାରତର ନୂଆ ମାନଚିତ୍ର

1,351

କନକ ବ୍ୟୁରୋ: ନୂଆ ରୂପରେ ଭାରତ ମାନଚିତ୍ର । ବଦଳିଲା ଜମ୍ମୁ-କାଶ୍ମୀର ଓ ଲଦାଖର ରୂପରେଖ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ଜାରି ହୋଇଛି ଭାରତର ନୂଆ ମାନଚିତ୍ର । ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ରାଜ୍ୟକୁ ପୁର୍ନଗଠିତ କରାଯାଇ ସୃଷ୍ଟି ହୋଇଥିବା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ସ୍ଥାନିତ କରାଯାଇଛି।
ଗତ ୩୧ ଅକ୍ଟୋବର ୨୦୧୯ ପରେ ଏହା ହେଉଛି ଭାରତର ପ୍ରଥମ ଆଧିକାରିକ ମାନଚିତ୍ର । ଏ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶପାଇଛି କି, କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରରେ କାରଗିଲ ଓ ଲେହ ଜିଲ୍ଲାକୁ ଛାଡ଼ି ଅବିଭାଜିତ ଜମ୍ମୁ କଶ୍ମୀର ରାଜ୍ୟରେ ଥିବା ସମସ୍ତ ଜିଲ୍କାକୁ ରଖାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେବଳ କାରଗିଲ ଓ ଲେହ ଜିଲ୍ଲା ସ୍ଥାନ ପାଇଛି।
ଅଗଷ୍ଟ ୫ ତାରିଖରେ ପାର୍ଲାମେଣ୍ଟ୍ ଦ୍ୱାରା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯାଇ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିନିଆଯାଇଥିଲା । ସେବେଠାରୁ ପ୍ରାୟ ୮୬ ଦିନ ପରେ ଗୃହ ମନ୍ତ୍ରାଳୟ ଶନିବାର ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାରତର ଏକ ନୂଆ ମାନଚିତ୍ର ଜାରି କରିଛନ୍ତି।
ଏହି ମାନଚିତ୍ରରେ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି, ସେଗୁଡ଼ିକ ହେଲା ଅଣ୍ଡାମାନ ନିକୋବର, ଚଣ୍ଡିଗଡ଼, ଦାମନ୍ ଓ ଡିଉ, ଦାଦର ଓ ନଗର ହାଭେଲୀ, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଲଦାଖ, ଲକ୍ଷାଦ୍ୱୀପ ଓ ପୁଡ୍ଡୁଚେରୀ ।

Comments are closed.