ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ ପାଇଁ ଦାବି: ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

249

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ଗତ ସପ୍ତାହରେ ୯ ଜଣ ସେନା ସହିଦ ହୋଇଥିଲେ । ଏଭଳି କରି ଭାରତରେ ଅବୈଧ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି ପାକିସ୍ତାନ । କେବଳ ସେନା ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ଆତଙ୍କୀ । ତେବେ ଏହି ଘଟଣାକୁ ନେଇ ଏବେ ଉତ୍ତେଜନା ଜୋର ଧରିଛି । ଦାବି ହେଉଛି ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ କରାଯାଉ ।

ତେବେ ଏହି ମ୍ୟାଚକୁ ନେଇ ଏକ ବଡ ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ । ଏନେଇ ସେ କହିଛନ୍ତି, ଯଦି ସମ୍ପର୍କ ଭଲ ନାହିଁ ତେବେ ଏନେଇ ବିଚାର କରିବାକୁ ହେବ । ପାକିସ୍ତାନର ଅସଲ ଚେହାର ସାମ୍ନାକୁ ଆସି ସାରିଛି, ତେବେ ତାଙ୍କୁ ଏବେ ପରିଣାମ ଭୋଗିବାକୁ ପଡିବ ।

ଜାମ୍ମୁ କାଶ୍ମୀରରେ ବାରମ୍ବାର ଆତଙ୍କୀ ଆକ୍ରମଣ ଚିନ୍ତାର କାରଣ ପାଲଟିଛି । ସେନାଙ୍କ ସହ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ତେଣୁ ଏହାକୁ ନେଇ ଏବେ ବିରୋଧ ଆରମ୍ଭ ହୋଇଛି । ତେଣୁ ଭାରତ ପାକିସ୍ତାନ ମ୍ୟାଚ ରଦ୍ଦ କରିବାକୁ ଏବେ ଲୋକମାନ ଦାବି କରୁଛନ୍ତି ।