କନକ ବ୍ୟୁରୋ : ଆବାସ ପ୍ଲସ ପୋର୍ଟାଲ ପ୍ରସଙ୍ଗରେ ଆଜିଯାଏ କେନ୍ଦ୍ରକୁ ଦୋଷ ଦେଇ ଆସୁଥିଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଆବାସ ପ୍ଲସ ପୋର୍ଟାଲ ଖୋଲିବା ପାଇଁ ରାଜ୍ୟ ସରକର ଦାବି କରୁଥିଲେ ମଧ୍ୟ କେନ୍ଦ୍ର ସରକାର ପୋର୍ଟାଲ ଖୋଲୁନଥିବା କହିଆସୁଥିଲେ । କେନ୍ଦ୍ରର ଏଭଳି ଅବହେଳା ଫଳରେ ୧୬ଟି ଜିଲ୍ଲାର ଆଦିବାସୀ ପ୍ରଭାବିତ ହେଉଥିବା ରାଜ୍ୟ ଅଭିଯୋଗ କରୁଛି । ଏହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ବିଜେଡି ସରକାର ଦୁର୍ନୀତି କରୁଥିବା ଅଭିଯୋଗ କରିଆସୁଥିବାବେଳେ ବିଜେଡି ଓହାକୁ ନେଇ କେନ୍ଦ୍ର ବିରୋଧରେ ଗର୍ଜୁଛି । ଗତକାଲି ସଂସଦରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଅତିରିକ୍ତ ପ୍ରଶ୍ନ ଜରିଆରେ ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଥିଲେ । ହେଲେ ଉତରରେ ଓଡିଶାକୁ ସିଧାସିଧା ଦୋଷ ଲଦିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଶ୍ନର ଉତରରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ, ଆବାସ ପ୍ଲସ ସର୍ଭେ ପାଇଁ ଓଡିଶାକୁ ୪ଥର ସୁଯୋଗ ଦିଆଯାଇଥିଲେ ମଧ୍ୟ ଭାଗ ନେଇନଥିଲା ।
୨୦୧୮ ଜୁନ୍ ୩୦, ସେପ୍ଟେମ୍ବର ୩୦, ନଭେମ୍ବର ୩୧ ଓ ୨୦୧୯ ମାର୍ଚ୍ଚ ୭ରେ ୪ ଥର ୱିଣ୍ଡୋ ଖୋଲିଥିଲା । ସର୍ଭେ ପାଇଁ ଗୋଟିଏ ବର୍ଷ ଦେବା ସତ୍ୱେ ଓଡିଶା ଏଦିଗରେ ଆବଶ୍ୟକ ପଦକ୍ଷେପ ନେଲାନାହିଁ । ଏବେ ବି ଆବାସ ପ୍ଲସରେ ଓଡିଶା ପାଇଁ ୮ ଲକ୍ଷ ୧୭ ହଜାର ଘର ରହିଛି । ଯାହାକୁ ରାଜ୍ୟ ସରକରା ଆବଂଟନ କରିନଥିବା ସଂସଦରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Giriraj_Singh_addressing_a_press_conference_on_the_achievements_of_the_Ministry_of_Micro_Small__Medium_Enterprises_during_the_last_four_years_in_New_Delhi.jpg)