କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଅର୍ମଦା ଏୟାରଷ୍ଟ୍ରିପ ପୁନରୁଦ୍ଧାରରେ ବାଧା । ଗତକାଲି ଏୟାରଷ୍ଟ୍ରିପ୍ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକ୍ରମ ଥିଲା । ପ୍ରତିରକ୍ଷା ବିଭାଗ ପକ୍ଷରୁ ଅର୍ମଦା ଏୟାରଷ୍ଟ୍ରିପ ଠାରେ ରାଜ୍ୟ ସରକାରଙ୍କୁ ଜମିହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ମୟୂରଭଞ୍ଜ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜମିଗ୍ରହଣ କରିଥାନ୍ତେ । ହେଲେ ଆସିଲେ ନାହିଁ ଜିଲ୍ଲାପାଳ । ଫଳରେ ଜମିହସ୍ତାନ୍ତର ହେଇପାରିଲା ନାହିଁ ।

Advertisment

ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ରାଜ୍ୟ ସରକାର ମୟୂରଭଞ୍ଜ ବିକାଶ ପରିବର୍ତ୍ତେ ବିନାଶ କରୁଥିବା ଅଭିଯୋଗ କରିିଛନ୍ତି କେନ୍ଦ୍ରମନ୍ତ୍ରୀ । ଅର୍ମଦା ଏୟାରଷ୍ଟ୍ରିପ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜିଲ୍ଲାର ୪ଜଣ ବିଧାୟକ, ମୟୂରଭଞ୍ଜର ମହାରାଜା ଓ ମହାରାଣୀଙ୍କ ସହ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଯୋଗ ଦେଇଥିଲେ । ସେହିପରି ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ୪ଜଣ ଅଧିକାରୀ ସରକାରଙ୍କୁ ଜମି ହସ୍ତାନ୍ତର ପାଇଁ ଉପସ୍ଥିତ ରହିଥିଲେ । ହେଲେ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଅନୁପସ୍ଥିତ ରହିଲେ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ।