କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଢେଙ୍କାନାଳ ଗସ୍ତ : ଲୋକଙ୍କ ଦାବି ଶୁଣିଲେ ଓ ସମସ୍ୟା ପଚାରି ବୁଝିଲେ

67

କନକ ବ୍ୟୁରୋ : ଦିନିକିଆ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିରିଡିମାଳି ସ୍ଥିତ ଜଳସେଚନ ବଙ୍ଗଳାରେ ଲୋକଙ୍କ ସମସ୍ୟା ଶୁଣିଥିଲେ । କାମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ସମ୍ପ୍ରସାରଣ କାମ ଚାଲୁଥିବା ବାଇସିଙ୍ଗାଠାରେ ଓଭବ୍ରିଜ୍ ନିର୍ମାଣ ଦାବିରେ ଗାଁଠାରୁ ପଦଯାତ୍ରା କରିଥିଲେ ଶତାଧିକ ଲୋକ । ସେହିପରି ମୁକ୍ତାପସିଠାରେ ଯୁବ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀଙ୍କ ତରଫରୁ ରେଳ ଷ୍ଟେସନ୍ ଦାବି କରାଯାଇଥିଲା । ଏହା ପରେ କେନ୍ଦ୍ରମନ୍ତ୍ରୀ ପରଜଂଗ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ସୁଶାନ୍ତ ଦଳବେହେରାଙ୍କ ଘରେ ପହଂଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।