ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ଅବତରଣକୁ ନେଇ ଅନୁମତି ବିବାଦ : ଖବର ପ୍ରସାରଣ ପରେ ୧୧ ଜଣ କ୍ଲର୍କଙ୍କ ଉପରୁ ହଟିଲା ନିଲମ୍ବନ

35

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲକପ୍ଟର ଅବତରଣ ବିବାଦ । ଏହି ମାମଲାରେ ଖବର ପ୍ରସାରଣ ପରେ ନଇଁଛି ଜିଲ୍ଲା ପ୍ରଶାସନ । ସମସ୍ତ ୧୧ ଜଣ କ୍ଲର୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଜିଲ୍ଲାପାଳ । କିନ୍ତୁ ଏହି କର୍ମଚାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି । ଏହାକୁ ବିରୋଧ କରିଛନ୍ତି ଜିଲ୍ଲାର ସମସ୍ତ କିରାଣୀ । ନିଷ୍ପତି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟରକୁ ପଂଚାୟତ ନିର୍ବାଚନ ପୂର୍ବରୁ କୋରାପୁଟର ବୋରିଗୁମାରେ ଅବତରଣ ଅନୁମତି ଦେବା ପ୍ରସଂଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଏଭଳି ଅବତରଣକୁ ମନା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଏହି ଅନୁମତି ସ୍ଥାନୀୟ ଏଡିଏମଙ୍କ ଦ୍ୱାରା ଦିଆଯାଇଥିଲା । ପରେ ପ୍ରତିଶୋଧ ପରାୟଣ ହୋଇ ଏଡିଏମଙ୍କୁ ସମସ୍ତ ସରକାରୀ କାର୍ଯ୍ୟରୁ ଅବ୍ୟାହତି ଦେବା ସହ ୧୧ ଜଣ କିରାଣୀଙ୍କୁ ସସପେଣ୍ଡ କରିଥିଲେ କଲେକ୍ଟର ।

ଏହାର ପ୍ରତିବାଦରେ କୋରାପୁଟ ଜିଲ୍ଲାର ସମସ୍ତ କିରାଣୀ କାମ ଠପ୍ କରି ଆନ୍ଦୋଳନ ଆରମ୍ଭ କରିଥିଲେ । ଏବେ ଜିଲ୍ଲାପାଳ କିରାଣୀଙ୍କ ଉପରୁ ସସପେଣ୍ଡ ପ୍ରତ୍ୟାହର କରିଥିଲେ ମଧ୍ୟ ବଦଳି କରିଛନ୍ତି । ଯାହାକୁ ବିରୋଧ କରିଛନ୍ତି କିରାଣୀ ।