କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଫୋନି’ ପ୍ରଭାବିତଙ୍କୁ ସହଜରେ ଋଣ ପ୍ରଦାନ କରିବାକୁ ଜଣାଇଲେ ଦାବି ।

125

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ପୁରୀର ହୋଟେଲ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହୋଟେଲ ଭିତିଭୂମିକୁ ସୁଧାରିବା ପାଇଁ ବର୍ତମାନ ଆର୍ଥିକ ଆବଶ୍ୟକତା ରହିଛି । ହୋଟେଲ ଶିଳ୍ପକୁ ପୁଣିଥରେ ଗତିଶୀଳ କରିବା ପାଇଁ ସେମାନଙ୍କୁ ସୁହାଇବା ଭଳି ପୁରୁଣା ଋଣର ସରଳି କରଣ ଓ ସହଜ ନୂଆ ଋଣ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ କୃଷି, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ଓ ପଶୁପାଳନ ଆଦି କ୍ଷେତ୍ରରେ ବ୍ୟାପକ କ୍ଷତି ପରୀପ୍ରେକ୍ଷୀରେ ଏହି ସବୁ ପ୍ରାଥମିକ କ୍ଷେତ୍ର ଗୁଡ଼ିକ ପାଇଁ ଅଳ୍ପ ସୁଧରେ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାଦ୍ୱାରା ପୁରୀ ଜିଲ୍ଲାରେ ହୋଟେଲ ଶିଳ୍ପ ପୁଣିଥରେ ଠିଆ ହୋଇପାରିବ । ତେଣୁ ଏ ସମ୍ପର୍କରେ ବ୍ୟାଙ୍କ ଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯଦି ଏହି ଚାଷୀମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ସୁହାଇବା ଭଳି ସୁଧ ହାରରେ ପ୍ରଦାନ କରାଯିବ ତେବେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଲାଭ ମିଳିବ ବୋଲି ତାଙ୍କ ପତ୍ରରେ କହିଛନ୍ତି ଧର୍ମେନ୍ଦ୍ର । ବାତ୍ୟା ଫୋନି କାରଣରୁ ପ୍ରଭାବିତ ଜିଲ୍ଲା ମାନଙ୍କରେ ସମ୍ପତିର ବିପୁଳ କ୍ଷତି ହୋଇଛି । ତେଣୁ ବୀମା କରିଥିବା ଲୋକମାନଙ୍କର ଇନସ୍ୟୁରାନଓ କ୍ଲେମକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅର୍ଥନୀତିକୁ ପୁଣିଥରେ ଗତିଶୀଳ କରାଯାଇ ପାରିବ ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।