ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଓ ଏସଇବିସିଙ୍କ ସ୍ଥାନ ସଂରକ୍ଷଣ ପାଇଁ ଚିଠିରେ ଉଲ୍ଲେଖ 

Advertisment
କୋଭିଡରେ ପ୍ରାଣ ହରାଇଲେ ସାମ୍ବାଦିକ ସତ୍ୟଜିତ ମହାପାତ୍ର । ଟୁଇଟ୍ କରି ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସିଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେ‌ବେ ଧର୍ମନ୍ଦ୍ରେ ପ୍ରଧାନ ଏ ବାବଦରେ ପୂର୍ବରୁ ଦୁଇ ଥର ଅର୍ଥାତ୍ ଜାନୁଆରି ୧୫, ୨୦୨୦ ଏବଂ ଜୁଲାଇ ୨୫ ୨୦୧୯ରେ ଲେଖିଥିବା ପତ୍ରକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ଫେବୃୟାରି ୧୨,୨୦୨୦ରେ ବ୍ୟାକୁଆର୍ଡ କ୍ଲାସ କମିଶନ ଗଠନ କରିଛନ୍ତି । ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ୟ୍ୟନ୍ତ ଦାଖଲ ହୋଇ ନଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ ଏର୍ପ୍ୟନ୍ତ କାର୍ୟ୍ୟକାରୀ ହୋଇନାହିଁ ।

ତେବେ ଓଡିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ପାଇଁ ଯୁକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ବଞ୍ଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ ।

କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକ ମଧ୍ୟ ଏହି ଜାତିଗୁଡିକର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।

ତେବେ ରାଜ୍ୟରେ ଓବିସି ଏବଂ ଏସଇବିସି ପାଇଁ ଏଭଳି ସକରାତ୍ମକ କାର୍ୟ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରଙ୍କ ବିଳମ୍ବ ପରିଲକ୍ଷିତ ହୋଇଛି । ଏହି ବର୍ଗର ଲୋକମାନଙ୍କୁ ସଂରକ୍ଷଣ ନଦିଆଯାଇ ରାଜ୍ୟରେ ସାମାଜିକ – ଅର୍ଥନୈତିକ ବିକାଶର ସମନ୍ୱୟକୁ ଧରି ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ଓଡିଶାର ବୃହତ ଅବହେଳିତ ସମାଜ ଓବିସି ଏବଂ ଏସଇବିସି ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗ୍ରାଧିକାର ପ୍ରଦାନ କରିବା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସକରାତ୍ମକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ପ୍ରଧାନ ଜାନୁଆରି ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ ବାବଦରେ ପତ୍ର ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଦୃଢ ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe