ପିପିଲିରେ ଜୋରଦାର ପ୍ରଚାର: ଆଜି ପ୍ରଚାର ମଇଦାନକୁ ଓହ୍ଳାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ପିପିଲିରେ ଜୋରଦାର ପ୍ରଚାର: ଆଜି ପ୍ରଚାର ମଇଦାନକୁ ଓହ୍ଳାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

କନକ ବ୍ୟୁରୋ: ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଶନିବାର ଦିନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ଆସନ୍ତାକାଲି ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ସକାଳେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୬ତମ ଜୟନ୍ତୀ କାର୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବା ପରେ ପିପିଲି ଅଭିମୁଖେ ଗସ୍ତ କରିବେ।

ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଲାଗି ଆଉ କେବଳ ୨ ଦିନ ବାକି । ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି ୩ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀ । ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ନଜର ରଖି ମହିଳା ସମାବେଶ କରିଛି । ସେପଟେ ଫନି କ୍ଷତିଗ୍ରସ୍ଥଙ୍କୁ ସହାୟତା ମିଳିନଥିବାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି ।  ଅପରପକ୍ଷରେ ଅମାନତ ହରାଇଥିବା କଂଗ୍ରେସ ଏବେ ଗଡ଼ ସଜାଡ଼ିବା ପାଇଁ ଚଳାଇଛି ପ୍ରୟାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe