କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍ ଚିହ୍ନଟ । ଚିକିତ୍ସା ପାଇଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ।

987

କନକ ବ୍ୟୁରୋ : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ ମୁଁ ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି ।  ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗୁରୁଗାଁଓସ୍ଥିତ ମେଦାନ୍ତ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପୂର୍ବରୁ ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏକାନ୍ତବାସରେ ଥିଲେ । ଗତକାଲି ତାଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା । ଆଜି ତାହା କରୋନା ପଜିଟିଭ ଥିବା ଜଣାପଡ଼ିଛି ।

ଗତ ରବିବାରଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ତାମିଲନାଡ଼ୁର ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ ମଧ୍ୟ କରୋନା ପିଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବ‌ା ସୂଚନା ରହିଛି । ଗତ କିଛି ଦିନ ମଧ୍ୟରେ ବହୁ ଶୀର୍ଷସ୍ତରୀୟ ରାଜନେତା କରୋନା କବଳିତ ହୋଇଥିବା ଦେଖିବାକୁ ମିଳିଛି ।