କନକ ବ୍ୟୁରୋ: ବିଜୁ ଜନତା ଦଳ ସରକାରକୁ ପ୍ରଶ୍ନକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଜି ଯାଏଁ ରାଜ୍ୟ ସରକାର ଚାକିରି ଓ ସଂରକ୍ଷଣ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ କାହିଁକି ଦେଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି , ଓଡିଶା ସରକାର ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ନ ଦେଇ ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବି କରିବା ଅମୂଳକ । ଷ୍ଟେଟ ଲିଷ୍ଟ ଆଧାରରେ ପଛୁଆ ଜାତିଙ୍କୁ ଓଡିଶା ସରକାର ସଂରକ୍ଷଣ ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ, କେନ୍ଦ୍ର କୋର୍ଟରେ ବଲ ଫିଙ୍ଗି କେନ୍ଦ୍ର ଉପରେ ଦୋଷ ଲଦିବା ଓ ରାଜ୍ୟରେ ଓବିସି ତାଲିକା ନଥିବାରୁ ସଂରକ୍ଷଣ ଦେଇନପାରିବା ତଥ୍ୟ ଆଧାରିତ ନୁହେଁ । ବିଜୁବାବୁଙ୍କ ସମୟରେ ଓଡିଶା ସରକାର ମଣ୍ଡଳ କମିଶନ ଲାଗୁ ନକରିବା ପାଇଁ କାହିଁକି ସୁପ୍ରିମକୋର୍ଟ ଆସିଥିଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ଏହା ବିରୁଦ୍ଧରେ ସୁପ୍ରିମକୋର୍ଟ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/dharmendra-pradhan-780x470.jpg)