ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାର ଦେଉନାହାନ୍ତି ଚାଷୀ ତାଲିକା, ଟଙ୍କା ପାଇପାରୁ ନାହାଁନ୍ତି ଓଡ଼ିଶା ଚାଷୀ ।

110

କନକ ବ୍ୟୁରୋ : ଜଗତସିଂହପୁର ଏରସମାରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ପ୍ରଥମେ ୪୩ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ନିକଟକୁ ପଠାଇଥିଲେ । ଏବେ କିନ୍ତୁ ସରକାର ଚାଷୀଙ୍କ ସଂଖ୍ୟା କମେଇ ଦେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ଓଡିଶାର ବେରୋଜଗାର ପ୍ରସଙ୍ଗ ଉଠେଇ ନବୀନ ସରକାରଙ୍କୁ ଘେରିଥିଲେ । ଏଥିସହ ଆଇଏଫଏସ ଅଭୟକାନ୍ତଙ୍କ ଠକେଇ କଥା ଉଠାଇ ଏହା ରାଜ୍ୟ ସରକାରଙ୍କ ସୁଶାସନ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

ସେପଟେ କେନ୍ଦ୍ରେମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛି ବିଜେଡି । ବରିଷ୍ଠ ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀକୂଳ, ପ୍ରଥମେ ବିଜେପି ତାହାର ଜବାବ ଦେବା ଉଚିତ । ଏହାଛଡା ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।