କରୋନା ମୁକାବିଲା ନେଇ ନବୀନଙ୍କ ସହ କଥା ହେଲ ଧର୍ମେନ୍ଦ୍ର । ଗାଁ ଓ ପୌରାଞ୍ଚଳରେ କୋଭିଡ୍ ମ୍ୟାନେଜମେଣ୍ଟ କମିଟି ପାଇଁ ପରାମର୍ଶ ।

1,891

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଓ ପୌରାଂଚଳରେ କୋଭିଡ ମ୍ୟାନେଜମେଂଟ କମିଟି ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ତୃଣମୂଳ ସ୍ତରରୁ କୋଭିଡ଼ ମୁକାବିଲା ନେଇ ଆଲୋଚନା ହୋଇଛି । ରାଜ୍ୟକୁ ସମସ୍ତ ସହାୟତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ଟିକା, ଟେଷ୍ଟିଂ ଓ ଆବଶ୍ୟକ ଔଷଧ ବିଷୟରେ ଆଲୋଚନା ହୋଇଛି । ରାଜ୍ୟରେ ସର୍ବଦଳୀୟ କୋଭିଡ଼ ପରିଚାଳନା କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । କରୋନା ପାଇଁ ଆଗାମୀ ୧୫ ଦିନ ଗୁରୁତ୍ୱପୁର୍ଣ୍ଣ । ତେଣୁ ବିଭିନ୍ନ ସ୍ତରରେ କରୋନା ପରିଚାଳନା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଉ ବୋଲି ସେ କହିଛନ୍ତି । ଟିକାର ଆବଶ୍ୟକତା ବିଷୟରେ ଆଲୋଚନା ହୋଇଛି ।

Comments are closed.