କନକ ବ୍ୟୁରୋ: ସାଂପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ଆଧାରିତ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସମ୍ବାଦ ଡ଼ିଜିଟାଲ ଏବଂ ପରିବେଶ କାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’ର ଭର୍ଚ୍ଚୁଆଲ ଲୋକାର୍ପଣ ସମାରୋହରେ ଯୋଗଦେଇ ଏପରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେବଳ ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ପଡ଼ିବ । ଆମେ ସମସ୍ତେ ଜଣେ ସଚେତନ ନାଗରିକ ଦାୟିତ୍ୱ ହିସାବରେ ଆବଶ୍ୟକ ମୁତାବକ ଶକ୍ତି ବ୍ୟବହାର କରିବା ଦରକାର । ଭାରତ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଭାରତବର୍ଷରେ ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଆରମ୍ଭ କରାଯାଇଛି ।
୨୦୨୧ରେ ଆମେ ଅମୃତ ମହୋତ୍ସବ ପାଳନ କରୁଛୁ । ଆଗାମୀ ୧୫ରୁ ୨୫ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତି ହେବ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଆଗାମୀ ଦିନରେ ୫୦ ହଜାର ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ପାଇଁ ଭାରତ ସରକାରଙ୍କ କାର୍ଯ୍ୟ ଜାରି ରହିଛି । ତେଣୁ ଆଗକୁ ଆମର ଯୋଗାଯୋଗ ଅଧିକ ସୁଗମ ହେବ । ବିଦେଶର ଲୋକମାନେ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ଓଡିଶାର ଖବର ଜାଣିପାରିବେ ବୋଲି ସେ କହିଥିଲେ ।
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରିବା ସମୟରେ ‘ସମ୍ବାଦ’ ଗ୍ରୁପ ସମସ୍ତ ଡ଼ିଜିଟାଲ ପ୍ଲାଟଫର୍ମକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ଏବଂ ପରିବେଶର ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆରମ୍ଭ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ପରିବେଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆଣିଥିବାରୁ ସମ୍ବାଦ ଗ୍ରୁପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇବା ସହ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ କରି ପୃଥିବୀ ଓ ପରିବେଶ ପାଇଁ ସମ୍ବାଦ ନୂଆ ଉପକ୍ରମ ଯୋଡିବାକୁ ଯାଉଛି ବୋଲି କହିଥିଲେ ।
ଓଡିଶା ଗଣମାଧ୍ୟମ ଜଗତରେ ନୂଆ ଚିନ୍ତାଧାରା ଓ ନୂଆ ଟେକ୍ନୋଲୋଜିକୁ ଆଧାର କରି ସାରା ବିଶ୍ୱରେ ଓଡିଆ ଲୋକଙ୍କ ପାଖରେ ଖବର ପହଁଚାଇବାରେ ସଫଳ ହୋଇଥିବା ସମ୍ବାଦ ଗ୍ରୁପ ଆଗାମୀ ଦିନରେ କେବଳ ଓଡ଼ିଆ ଲୋକଙ୍କ ଅଭିବ୍ୟକ୍ତିର ସ୍ୱର ହେବ ନାହିଁ ବରଂ ପରିବେଶ ସୁରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/WhatsApp-Image-2021-08-18-at-9.51.22-PM.jpeg)