ଭୁବନେଶ୍ୱରରେ ଏନଏଚ୍ ଓ ଏନଏଚଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା । ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ଗୁରୁତ୍ୱ ।

95

କନକ ବ୍ୟୁରୋ: ଭୁବନେଶ୍ୱରରେ ଏନଏଚ ଓ ଏନଏଚଏଆଇ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା । ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର । ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି, ଭୁବନେଶ୍ୱର ରିଙ୍ଗ ରୋଡ଼ ପ୍ରକଳ୍ପ, ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡ଼ର ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟରେ ଚାଲିଥିବା ବିଭିନ୍ନ ରାଜପଥ ପ୍ରକଳ୍ପ ଏବଂ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉପରେ ସେ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ପୂର୍ବ ଭାରତର ଭିତ୍ତଭୂମିର ବିକାଶ ହେବ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ସମସ୍ତ ପ୍ରକଳ୍ପ କିଭଳି ନିର୍ଦ୍ଧାରିତ ସମୟରେ ଶେଷ ହେବ ଏହି ସମୀକ୍ଷା ବୈଠକରେ ସେ ଗୁରୁତ୍ୱାରୋପ କରିଛନ୍ତି ।