ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ କଲେ ସମୀକ୍ଷା । ପିଏସୟୁ ଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।

318

କନକ ବ୍ୟୁରୋ: ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବା ଉପରେ କେନ୍ଦ୍ରମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ଟେଷ୍ଟିଂ, ଟିକାକରଣ, ଭେଣ୍ଟିଲେଟର ଓ ଅକ୍ସିଜେନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଧର୍ମେନ୍ଦ୍ର । ତେବେ ପିଏସୟୁ ଗୁଡ଼ିକ ଟିକାକିଣି ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ଆଇଏଲଏସ ଓ ଆରଏମଆରସିକୁ ଅଧିକ ଟେଷ୍ଟିଂ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ସର୍ବାଧିକ କୋଭିଡ ପ୍ରଭାବିତ ଅଞ୍ଚଳକୁ ପ୍ରାଥମିକତା ଦିଆଯାଉ, ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରି ବ୍ୟାପକ କରିବାକୁ ଗୁରୁତ୍ୱାରୋପ । ଏହାସହ କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ପିଏସୟୁ ଗୁଡ଼ିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଧର୍ମେନ୍ଦ୍ର । ତେବେ ସମୀକ୍ଷା ବୈଠକରେ ଏମ୍ସ, ଆଇଏଲଏସ, ଆରଏମଆରସି ଓ ରେଳବାଇ ଅଧିକାରୀ ସାମିଲ ହୋଇଥିଲେ ।