କନକ ବ୍ୟୁରୋ: ପୁଣିଥରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନର ଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଭାବ ବିରୋଧୀ ଶାସନ ବୋଲି କହିବା ସହିତ, ବିରୋଧୀ ଦଳ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ତାଙ୍କଠାରୁ ଆଶା ରଖୁଛନ୍ତି ବୋଲି ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଧର୍ମେନ୍ଦ୍ର କହିଛନ୍ତି, “ ମୁଁ ଯେତିକି ନବୀନ ପଟ୍ଟନାୟକଙ୍କୁ ଜାଣେ, ଏହା ନବୀନ ବାବୁଙ୍କ ସ୍ଵଭାବ ବିରୋଧୀ । କେବେ ବି ଅଗଣତାନ୍ତ୍ରିକ କାମକୁ ନବୀନ ବାବୁ ପ୍ରଶୟ ଦେବେନି ବୋଲି ରାଜନୀତିରେ ବିରୋଧୀ ଦଳ ଭାବେ ତାଙ୍କଠାରୁ ଅପେକ୍ଷା । ଓଡ଼ିଶାରେ ଗଣତନ୍ତ୍ର ମଝବୁତ୍ ହେଉ । ଆଲୋଚନା, ସମାଲୋଚନା ହେଉ ଏବଂ ବିରୋଧ ରାଜନୈତିକ ସ୍ତରରେ କରାଯାଉ । ଏ ପ୍ରକାର ଲକ୍ଷଣ ଆଉ ଏଥିରେ ସରକାରୀ ଅଧିକାରୀ ମାନେ ହାତ ବାରିଶି ହେଉଛନ୍ତି । ସେମାନଙ୍କୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରସ୍ତାବ ଯେ, ସେମାନେ ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ୍ତ ରୁହନ୍ତୁ । ”
ଅନ୍ୟପଟେ ପଲ୍ଲୀ ସଭା ନହେବା ପାଇଁ ସରକାରୀ ନିର୍ଦ୍ଦେଶ ଆସିଛି ବୋଲି ଅଧିକାରୀମାନେ କହୁଛନ୍ତି। ସରକାରୀ ନିର୍ଦ୍ଦେଶ ସମ୍ବିଧାନର ଗଣ୍ଡି ଭିତରେ ନା ବାହାରେ ବୋଲି ପ୍ରଶ୍ନ କରିଛନ୍ତ୍ର କେନ୍ଦ୍ରମନ୍ତ୍ରୀ । ଶେଷରେ ଆଇନ କାନୁନ୍ ଅଛି, ସାମ୍ବିଧାନିକ ମର୍ୟ୍ୟାଦା ଅଛି, ଗଣତନ୍ତ୍ରର ସବୁଠୁ ଉପରେ ଲୋକମତ ଅଛି ବୋଲି ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅନ୍ୟପଟେ ଅପରାଜିତାଙ୍କୁ ସମର୍ଥନ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଗତକାଲି ସ୍ଥାନୀୟ ଲୋକସଭା ସାଂସଦଙ୍କୁ ନିର୍ବାଚନ ମଣ୍ଡଳୀକୁ ଗସ୍ତ କଲା ବେଳେ ତାଙ୍କୁ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି । ପ୍ରଶାସନିକ ଅଧିକାରୀ ମାନେ ଏହାର ଷଡ଼ଯନ୍ତ୍ରକାରୀ । ଓଡ଼ିଶାର ସବୁ ପ୍ରଶାସନିକ ଭାଇ ଭଉଣୀ ମାନଙ୍କୁ ନିବେଦନ କରୁଛି, ବ୍ରିଟିଶ ରାଜରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀମାନଙ୍କର ଦମ୍ଭ ବି ଏଭଳି ଥିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/08/vlcsnap-2023-08-28-13h24m21s168.jpg)