ଟିକା ପ୍ରସଙ୍ଗକୁ ନେଇ ନବୀନଙ୍କ ଚିଠି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ, ଜନସଂଖ୍ୟା ଆଧାରରେ ରାଜ୍ୟମାନଙ୍କୁ ଟିକା ଯୋଗାଇବାକୁ କେନ୍ଦ୍ର ସରକାର କରିଛନ୍ତି ବ୍ୟବସ୍ଥା ।

Advertisment
୨ ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ପୁରସ୍କାର, ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ 

କନକ ବ୍ୟୁରୋ: ଟିକା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ଭରସା ରଖି ନବୀନ ଚିଠି ଲେଖିଛନ୍ତି । କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରି ଟିକା ଯୋଗାଇ ଦେବାକୁ ନବୀନ କହିଛନ୍ତି । ଏସବୁ ଭିତରେ ଟିକାକୁ ନେଇ ସଚେତନତା ବଢିଛି ଏବଂ ଜନସଂଖ୍ୟା ଆଧାରରେ ଟିକା ଯୋଗାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ପ୍ରସଙ୍ଗରେ ଦେଶର ଅନ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ଟିକା ପାଇଁ ରାଜ୍ୟ-ରାଜ୍ୟ ଭିତରେ ପ୍ରତିଯୋଗିତା ନକରି କିପରି ସମସ୍ତେ ଟିକା ପାଇବେ ସେନେଇ ଗୁରୁତ୍ୱାରୋପ କରିଥିଲେ । ଟିକାକରଣ ପ୍ରାଥମିକତା ନପାଇଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ତେଣୁ ଏଭଳି ସ୍ଥଳେ  କେନ୍ଦ୍ର ଟିକା ସଂଗ୍ରହ କରି ରାଜ୍ୟ ଗୁଡିକୁ ଯୋଗାଇଦେବାକୁ ନବୀନ ଦୋହରାଇଥିଲେ । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିସାରିଛନ୍ତି । ଏବେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ଏକାଠି ହେବାକୁ ସେ କହିଥିଲେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି , ବର୍ତ୍ତମାନ ଟିକା ପ୍ରତି ସଚେତନତା ବଢିଛି । ପ୍ରଧାନମନ୍ତ୍ରୀଙ୍କ ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ ଆଧାରରେ ଭେଦଭାବ ନରଖି ଜନସଂଖ୍ୟା ଆଧାରରେ ରାଜ୍ୟ ମାନଙ୍କୁ ଟିକା ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି । କେବଳ ସେତିକି ନୁହେଁ, କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ ଏବଂ ରାଜ୍ୟମାନଙ୍କୁ ଟିକା ଯୋଗାଇଦେବାକୁ ନବୀନ ଅନୁରୋଧ କରିବା ପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଧମେନ୍ଦ୍ର କହିଛନ୍ତି, ଭାରତ ସରକାର ସବୁ ରାଜ୍ୟକୁ ୨୩ କୋଟି ଟିକା ଯୋଗାଇଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୮୫ ଲକ୍ଷ ୧୭ ହଜାର ୯୫୦ ଟିକା ପ୍ରଦାନ କରାଯାଇଛି । ଭାରତର ଜନସଂଖ୍ୟା ଆଧାରରେ ଓଡିଶାର ଜନସଂଖ୍ୟାର ୩.୧ ପ୍ରତିଶତ ଥିବାବେଳେ ଓଡିଶାକୁ ଟିକା ଉତ୍ପାଦନର ୩.୭୫ ପ୍ରତିଶତ ଉପଲବ୍ଧ ହୋଇଛି ବୋଲି ସେ ଲେଖିଛନ୍ତି । ଆଜି ୫୦ ପ୍ରତିଶତ ଟିକା ଭାରତ ସରକାର ରାଜ୍ୟଗୁଡିକୁ ମାଗଣାରେ ଯୋଗାଉଥିବାବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ୨୫ ପ୍ରତିଶତ ଟିକା ଶିଳ୍ପଜଗତ ସେମାନଙ୍କର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଟିକା ଲଗାଇବାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe