ନିର୍ବାଚନ ପୂର୍ବରୁ ବିଜେଡି ସାଂସଦ ଓ ବିଧାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା: କହିଲେ ଯିଏ ନିଜ ଅଂଚଳ ପାଇଁ କାମ କରିଛନ୍ତି ସେ ଆଗାମୀ ଦିନରେ ମନ୍ତ୍ରୀ ହେବାକୁ ଯୋଗ୍ୟ

227

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡି ସାଂସଦ ଓ ବିଧାୟକଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅବସର ଥିଲା ଅମୃତ ଭାରତ ଯୋଜନା ଅଧୀନରେ ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ । ତାଳଚେର ଷ୍ଟେସନରେ ଅନେକ ଦଳର ନେତା ଉପସ୍ଥିତ ଥିଲେ । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବିଜେପି ନେତା କାଳିନ୍ଦୀ ସାମଲଙ୍କୁ ପ୍ରଶଂସା କରିଛନ୍ତି । ନିଜ ଅଂଚଳ ପାଇଁ ଅନେକ ନେତା ଉନ୍ନତି ଦିଗରେ କାର୍ଯ୍ୟ କରିଛନ୍ତି । ସେ ଯେଉଁ ଦଳରୁ ହୁଅନ୍ତୁ ନା କାହିଁକି ଆଗାମୀ ଦିନରେ ଏହି ନେତାମାନେ ମନ୍ତ୍ରୀ ହୋଇପାରନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟପଟେ ନିଜ ମାଟିରେ ତାଙ୍କ କାମ ପାଇଁ କାହାର ସାର୍ଟିଫିକେଟର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ସେହିପରି ଢେଙ୍କାନାଳ ସାଂସଦ ମହେଶ ସାହୁ ମଧ୍ୟ କେନ୍ଦ୍ରୀୟ ଅନୁଦାନକୁ ନେଇ ପ୍ରଶଂସା କରିଛନ୍ତି ।