କନକ ବ୍ୟୁରୋ : ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀରେ ଭୁବନେଶ୍ୱର ଏଜି ଛକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଜ୍ୟରେ କରୋନା ଟିକାର ଅଭାବ ନେଇ ତାଙ୍କ ପ୍ରତିକ୍ରିୟା ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ଟିକା ଅଭାବ ଯୋଗୁଁ ରାଜ୍ୟରେ ଜଟିଳ ପରିସ୍ଥିତି ଦେଖା ଦେଇଛି । ଟିକା ଅଭାବରୁ ମଙ୍ଗଳବାର ରାଜ୍ୟର ୧୧ ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକା ଦିଆଯାଇ ନାହିଁ ।
संविधान के शिल्पकार बाबासाहेब डॉ. भीमराव अंबेडकर जी की जयंती पर आज भुवनेश्वर में उनकी प्रतिमा पर पुष्पांजलि अर्पित की।
सामाजिक न्याय, शोषितों और वंचितों के उत्थान व अधिकारों के लिए अपना सम्पूर्ण जीवन अर्पण करने वाले बाबासाहेब के विचार आज भी उतने ही प्रासंगिक है।#AmbedkarJayantipic.twitter.com/iTtChDGMaj
— Dharmendra Pradhan (@dpradhanbjp) April 14, 2021
ତେବେ ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅତି କଡା ଶବ୍ଦରେ ନିନ୍ଦା କରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ସାରା ଭାରତରେ ୧୧ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି । ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଟିକାର ଅଭାବ କଥା ଭାବୁନଥିବାବେଳେ ସ୍ୱାସ୍ଥ୍ୟ ସଚିବ ଟିକା ଅଭାବ ନେଇ ଅଭିଯୋଗ କରୁଥିବା ସେ କହିଛନ୍ତି । କରୋନାର ପ୍ରଥମ ଲହରବେଳେ ଟିକା ନଥିଲା । ଏବେ ଟିକାର ଅଭାବ ନଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।