ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୪ମାସ ଧରି ଚାଲିଥିବା ତଦନ୍ତ ନେଇ ଉଠାଇଲେ ପ୍ରଶ୍ନ

କହିଲେ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତର ଦୁର୍ଭାଗ୍ୟଜନକ

147

କନକ ବ୍ୟୁରୋ : ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ବିଧାନସଭାରେ ଗୃହ ରାଷ୍ଟମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖ ଦାୟକ କହିଲେ ଧର୍ମେନ୍ଦ୍ର । ୪ ମାସ ଧରି ଚାଲିଥିବା ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ । ଯେଉଁମାନେ ଅନୁସନ୍ଧାନ କରୁଥିଲେ ସେମାନେ କ’ଣ କରୁଥିଲେ । ତାର ବାପା ମାଆଙ୍କୁ ବିଧାନସଭା ଯାଏଁ ଆସିବାକୁ ପଡ଼ିଲା । ରାଜ୍ୟରେ ଛୋଟ ଛୁଆ ଝିଅଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ କାମରେ ଅବହେଳା କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ନଚେତ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବନି ।