ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ: ଶୋକ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

147

କନକ ବ୍ୟୁରୋ: ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ମୋର ବନ୍ଧୁ ଅରିନ୍ଦମଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ଦୁଃସାହସିକ ରିପୋର୍ଟିଂ କରି ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡିଆ ଗଣମାଧ୍ୟମ ପାଇଁ ଅପୂରଣୀୟ ଶୂନ୍ୟସ୍ଥାନ ।

ଶୁକ୍ରବାର ମୁଣ୍ଡଳୀଠାରେ ହାତୀଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ପାଣି ଭିତରକୁ ଯାଇଥିଲା । ଏହି ସମୟରେ ଓଡ୍ରାଫ୍ ଟିମର ବୋଟ୍ ଓଲଟି ପଡିଥିଲା । ଏହି ବୋଟରେ ଓଡ୍ରାଫ୍ ଟିମ ସହିତ ଓଟିଭିର ଦୁଇ ସାମ୍ବାଦିକ ମଧ୍ୟ ରହିଥିଲେ । ହେଲେ ପାଣିର ପ୍ରଖୋର ସ୍ରୋତ ଭିତରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଏସସିବିର ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।