କନକ ବ୍ୟୁରୋ: ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ମୋର ବନ୍ଧୁ ଅରିନ୍ଦମଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ଦୁଃସାହସିକ ରିପୋର୍ଟିଂ କରି ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡିଆ ଗଣମାଧ୍ୟମ ପାଇଁ ଅପୂରଣୀୟ ଶୂନ୍ୟସ୍ଥାନ ।
ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି । pic.twitter.com/ldm2K1n73N
— Dharmendra Pradhan (@dpradhanbjp) September 24, 2021
ଶୁକ୍ରବାର ମୁଣ୍ଡଳୀଠାରେ ହାତୀଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ପାଣି ଭିତରକୁ ଯାଇଥିଲା । ଏହି ସମୟରେ ଓଡ୍ରାଫ୍ ଟିମର ବୋଟ୍ ଓଲଟି ପଡିଥିଲା । ଏହି ବୋଟରେ ଓଡ୍ରାଫ୍ ଟିମ ସହିତ ଓଟିଭିର ଦୁଇ ସାମ୍ବାଦିକ ମଧ୍ୟ ରହିଥିଲେ । ହେଲେ ପାଣିର ପ୍ରଖୋର ସ୍ରୋତ ଭିତରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଏସସିବିର ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/35-18.jpg)