କନକ ବ୍ୟୁରୋ: ମନ୍ଦିର ସଫା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜଗନ୍ନାଥ ମନ୍ଦିରରେ ପହଂଚି ପ୍ରଥମେ ଠାକୁର ଦର୍ଶନ କରିବା ପରେ ମନ୍ଦିର ପରିସର ସଫା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପୋଛା ଧରି ମନ୍ଦିର ପରିସରକୁ ସଫା କରିଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଦେଶର ସମସ୍ତ ମନ୍ଦିରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ଅନୁଗୁଳ ଜଗନ୍ନାଥ ମନ୍ଦିରରେ ସଫେଇ କରିଛନ୍ତି ଧର୍ମେନ୍ଦ୍ର ।
ଗତକାଲି ସ୍ୱଚ୍ଛତା ଅଭିଯାନରେ ମହାରାଷ୍ଟ୍ର ନାସିକର କାଲାରାମ ମନ୍ଦିରକୁ ସଫା କରିଥିଲେ ପ୍ରଧାନମନ୍ତ୍ରୀ । ପରିସରର କିଛି ସ୍ଥାନରେ ପାଣିରେ ପୋଛା ମାରି ଦେଶର ସମସ୍ତ ମନ୍ଦିର, ମଠ ଓ ଧାର୍ମିକ ଅନୁଷ୍ଠାନକୁ ସଫା ରଖିବାକୁ ଆହ୍ୱାନ ଦେଇଥିଲେ । ଦେଶବାସୀଙ୍କୁ ଶ୍ରମଦାନ କରି ସ୍ୱଚ୍ଛତା ଅଭିଯାନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।